www.samajalive.in
Sunday, December 7, 2025
26.1 C
Bhubaneswar

ଆତଙ୍କୀଙ୍କ ଟାର୍ଗେଟରେ ହିନ୍ଦୁ ; ଜମ୍ମୁ-କାଶ୍ମୀରରେ ବ୍ୟାଙ୍କ ପ୍ରବନ୍ଧକଙ୍କୁ ଗୁଳିକରି ହତ୍ୟା

ଶ୍ରୀନଗର : ଗୁରୁବାର ପୁଣି ଆତଙ୍କବାଦୀଙ୍କ ନୃଂଶସକାଣ୍ଡ ଦେଖାଯାଇଛି । ଆଉ ଜଣେ ହିନ୍ଦୁଙ୍କୁ ଗୁଳିକରି ଆତଙ୍କବାଦୀ ହତ୍ୟା କରିଛନ୍ତି । ମୃତକ ଜଣକ ଜଣେ ବ୍ୟାଙ୍କ ପ୍ରବନ୍ଧକ ହୋଇଥିବା ବେଳେ ସେ ରାଜସ୍ଥାନର ବାସିନ୍ଦା ବୋଲି ଜଣାପଡିଛି । ଲଗାତାର ହିନ୍ଦୁଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଛି । କୁଲଗାମ ଜିଲାରେ ପୁଣି ଆତଙ୍କବାଦୀ ଭିନ୍ନ ରାଜ୍ୟରୁ ସମ୍ବନ୍ଧ ରଖୁଥିବା ଜଣେ ବ୍ୟାଙ୍କକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଗୁଳି ବାଜିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ରାଜସ୍ଥାନର ବିଜୟ କୁମାର ବୋଲି ଜଣାପଡିଛି । ଏହାପୂର୍ବରୁ ମଙ୍ଗଳବାର ଦିନ ମଧ୍ୟ ଜଣେ ହିନ୍ଦୁ ଶିକ୍ଷୟତ୍ରୀଙ୍କୁ ଗୁଳି କରି ଆତଙ୍କବାଦୀମାନେ ହତ୍ୟା କରିଥିଲେ ।
ସୂଚନାଯୋଗ୍ୟ, କୁଲଗାମର ମୋହନପୋରାରେ ଦେହାତୀ ବ୍ୟାଙ୍କରେ ବିଜୟ ଜଣେ ବ୍ୟାଙ୍କ ପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିଲେ । ଜଣେ ଅଧିକାରୀଙ୍କ କହିବାନୁଯାୟୀ, ସେ କୁଲଗାମରେ ମୋହନପୋରା ଶାଖାରେ କାର୍ଯ୍ୟରତ ଥିବା ସମୟରେ ଆତଙ୍କବାଦୀ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ଆକ୍ରମଣକାରୀଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀ ଅଞ୍ଚଳକୁ ନାକାବନ୍ଦୀ କରି ତଲାସି ଅଭିଯାନ ଜାରି ରଖିଛନ୍ତି ।

 

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories