www.samajalive.in
Saturday, December 13, 2025
27.1 C
Bhubaneswar

ନଭେମ୍ବର ୧୭ରୁ ଡିସେମ୍ବର ୧୧ ମଧ୍ୟରେ ୯ଟି ପର୍ଯ୍ୟାୟରେ ହେବ ଜାମ୍ମୁ-କାଶ୍ମୀର ପଞ୍ଚାୟତ ନିର୍ବାଚନ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ପଞ୍ଚାୟତ ନିର୍ବାଚନ ପାଇଁ ରବିବାର ତାରିଖ ଘୋଷଣା ହୋଇଛି। ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସାଲିନା କବ୍ରାଙ୍କ ଘୋଷଣା ଅନୁଯାୟୀ ନଭେମ୍ବର ୧୭ରୁ ଡିସେମ୍ବର ୧୧ ତାରିଖ ମଧ୍ୟରେ ୯ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଯେଉଁସବୁ ଅଞ୍ଚଳରେ ଯେଉଁ ଦିନ ନିର୍ବାଚନ ହେବ ସେହିଦିନ ସେଠାରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ। ବାଲାଟ ପେପରରେ ଏହି ନିର୍ବାଚନ ହେବ। ଘୋଷଣା ଅନୁଯାୟୀ ନିର୍ବାଚନ ତାରିଖଗୁଡିକ ହେଲା ନଭେମ୍ବର ୧୭, ୨୦, ୨୪,୨୭ ଓ ୨୯ ଡିସେମ୍ବର ୧, ୪ , ୮ ଓ ୧୧। ଏହି ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ରାଜ୍ୟର ଦୁଇ ପ୍ରମୁଖ ଆଞ୍ଚଳିକ ଦଳ ନ୍ୟାସନାଲ କନଫରେନ୍ସ ଓ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ଘୋଷଣା କରିବା ପରେ ଏହାକୁ ନେଇ ବିବାଦ ଦେଖାଯାଇଛି। ପଞ୍ଚାୟତ ନିର୍ବାଚନକୁ ନେଇ ସୁପ୍ରିମକୋର୍ଟ ଧାରା ୩୫(କ)ର ଶୁଣାଣିକୁ ସ୍ଥଗିତ ରଖିଛନ୍ତି। ଅକ୍ଟୋବର ୮, ୧୦, ୧୩ ଓ ୧୬ ତାରିଖରେ ୪ଟି ପର୍ଯ୍ୟାୟରେ ରାଜ୍ୟରେ ପୌର ନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶନିବାର ଘୋଷଣା କରିଛନ୍ତି। ଅକ୍ଟୋବର ୨୦ ତାରିଖରେ ଏହି ପୌର ନିର୍ବାଚନ ଫଳ ପ୍ରକାଶ ପାଇବ।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories