bjd gruha runa

ଜରୁରୀ ପରିସ୍ଥିତି ଓ ଅପରେସନ ବ୍ଲୁ ଷ୍ଟାର ଇନ୍ଦିରାଙ୍କର ଦୁଇଟି ବଡ଼ ଭୁଲ୍ ନିଷ୍ପତ୍ତି: ନଟବର ସିଂହ

BJD Bijuli 480×75 Mob
0

ନୂଆଦିଲ୍ଲୀ : ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ଓ ଶିଖ ଆତଙ୍କବାଦୀଙ୍କୁ ଦମନ ପାଇଁ ଅପରେସନ ବ୍ଲୁ ଷ୍ଟାର ଲାଗି ଅନୁମତି ଦେବା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଦୁଇଟି ବଡ ଭୁଲ୍ ନିଷ୍ପତ୍ତି ଥିଲା ବୋଲି ବରିଷ୍ଠ କଂଗ୍ରେସ ନେତା ନଟବର ସିଂହ କହିଛନ୍ତି। ନଟବର ତାଙ୍କ ପୁସ୍ତକ ‘ଟ୍ରେଜଡ ଇପିସଲସ୍’ରେ ଲେଖିଛନ୍ତି ଯେ ୧୯୭୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ଓ ୧୯୮୪ରେ ଶିଖ ଆତଙ୍କବାଦୀଙ୍କୁ ଦମନ ପାଇଁ ପଞ୍ଜାବର ଅମୃତସରରେ ଅପରେସନ ବ୍ଲୁ ଷ୍ଟାର ପାଇଁ ନିର୍ଦେଶ ଦେବା ଇନ୍ଦିରାଙ୍କର ଦୁଇଟ ି ବଡ ଭୁଲ୍ ନିଷ୍ପତ୍ତି ଥିଲା। ଏହା ସତ୍ତ୍ବେ ଇନ୍ଦିରା ଜଣେ ଦକ୍ଷ ଓ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ଥିଲେ ବୋଲି ନଟବର ଲେଖିଛନ୍ତି। ନଟବର ତାଙ୍କର ଏହି ପୁସ୍ତକରେ କେତେକ ଚିଠିକୁ ସ୍ଥାନିତ କରିଛନ୍ତି। ଇନ୍ଦିରା ଗାନ୍ଧୀ, ଇଏମ୍ ଫଷ୍ଟର, ସି ରାଜଗୋପାଳଚାରି, ଲର୍ଡ ମାଉଣ୍ଟବ୍ୟାଟେନ, ଜବାହରଲାଲ ନେହେରୁ, ଆର କେ ନାରାୟଣନ, ନିରଦ ଚୌଧୁରୀ, ବିଜୟ ଲକ୍ଷ୍ମୀ ପଣ୍ଡିତ, କ୍ରିଷ୍ଣା ହୁଥିସିଂହ, ମୁଲକ ରାଜ ଆନନ୍ଦଙ୍କ ଭଳି ପ୍ରମୁଖ ବ୍ୟକ୍ତି ବିଶେଷ ବିଭିନ୍ନ ସମୟରେ ନଟବରଙ୍କ ନିକଟକୁ ଲେଖିଥିବା ଚିଠିକୁ ଏହି ପୁସ୍ତକରେ ସ୍ଥାନିତ କରିଛନ୍ତି। ୧୯୬୬ରୁ ୧୯୭୧ ପର୍ଯ୍ୟନ୍ତ ଇନ୍ଦିରାଙ୍କ କାର୍ଯ୍ୟାଳୟରେ ଜଣେ ସିଭିଲ ସର୍ଭିସ ଅଫିସର ଭାବେ ନଟବର କାମ କରିଥିଲେ। ୧୯୮୦ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ଓ ରାଜୀବ ଗାନ୍ଧୀଙ୍କ ନେତୃତ୍ବ କେନ୍ଦ୍ର ସରକାରରେ ମନ୍ତ୍ରୀ ହୋଇଥିଲେ। ୧୯୩୧ରେ ସେ ଆଇଏଫଏସ୍ ଅଫିସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୩୧ବର୍ଷ ଧରି ସେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ବୈଦେଶିକ ସଚିବ ଭାବେ କାର୍ଯ୍ୟ କରିଥିଲେ।

Leave A Reply