www.samajalive.in
Saturday, December 13, 2025
23.1 C
Bhubaneswar

ସୋମବାର ରାଶିଫଳ

ମେଷ: ଆର୍ଥିକ ସ୍ଥିିତିରେ ସ୍ୱଚ୍ଛଳତା ଦେଖା ଦେବ। ମାନ-ସମ୍ମାନ ମିଳିବ। ଭ୍ରମଣ ସୁଖ ମିଳିବ। କର୍ତ୍ତବ୍ୟ ନିଷ୍ଠ ହୋଇପାରନ୍ତି। କର୍ମକ୍ଷେତ୍ର ସନ୍ତୋଷଜନକ ହେବ। ଘରେ ଆନନ୍ଦ ଉତ୍ସବ ଲାଗି ରହିବ। ଉଦ୍ୟମ ସଫଳ ହେବ।

ବୃଷ: ଯାତ୍ରା କାଳୀନ ଖର୍ଚ୍ଚ ବୃଦ୍ଧି ପାଇବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କାର୍ଯ୍ୟରେ ବିଘ୍ନ ଘଟିପାରେ। ବନ୍ଧୁମାନଙ୍କ ସହଯୋଗର ପ୍ରତିଶ୍ରୁତି ଦେବେ; ମାତ୍ର ଠିକ୍‍ ସମୟରେ ଦୂରେଇ ଯାଇପାରନ୍ତି।

- Advertisement -

ମିଥୁନ: ଗୃହ କର୍ମ ମଙ୍ଗଳ ଦାୟକ ହେବ। ଉଦାର ସ୍ୱଭାବର ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ମନସ୍କାମନା ପୂର୍ଣ୍ଣ ହୋଇପାରେ। ସର୍ବାଙ୍ଗୀଣ ଉନ୍ନତି ହେବ। ବ୍ୟବସାୟ, ମନୋରଞ୍ଜନରେ ସାମିଲ ହେବେ।

କର୍କଟ: ସୁସ୍ଥ ଓ ନିରାମୟ ରହିବେ। ଆଶାବାଦୀ ହୋଇପାରନ୍ତି। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ଆନନ୍ଦ ଉଲ୍ଲାସରେ ଦିନଟି ବିତାଇ ପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବେ।

ସିଂହ: ଦକ୍ଷତାର ଉପଯୋଗ କରିପାରନ୍ତି। ସାମୟିକ ଭାବେ ମୌନବତାର ଗ୍ରହଣ କରିବେ। ମୂଲ୍ୟବାନ ଦ୍ରବ୍ୟଲାଭର ସୂଚନା ମିଳୁଛି। ଆନନ୍ଦ ଉଲ୍ଲାସରେ ସମୟ ବିତାଇ ପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ସୁଖୀ ହେବେ।

କନ୍ୟା: ସାମାନ୍ୟ ପରିମାଣର ଲାଭବାନ ହେବେ। କଳହରୁ ନିବୃତ୍ତି ଯାଇପାରନ୍ତି। ସନ୍ତାନ ଲାଭର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ମାନିତ ହେବେ। ଅଶାନ୍ତି ଦୂର ହୋଇପାରେ।

ତୁଳା: ଆପଣଙ୍କ ଶ୍ରମର ମୂଲ୍ୟାଙ୍କନ ହେବ। ଘାତଚନ୍ଦ୍ର ଭୋଗହେତୁ ସତର୍କରେ ଚଳିବାକୁ ପଡ଼ିବ। ବିବାଦୀୟ ଘଟଣାରେ ଓ ପ୍ରତିଯୋଗିତାରେ ବିଜୟୀ ହେବେ। ବହୁ ବ୍ୟକ୍ତିଙ୍କ ସ୍ନେହ ଓ ଆଶୀର୍ବାଦ ମିଳିବ। ଯଶ ଅର୍ଜନ କରିପାରନ୍ତି।

ବିଛା: ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କରିବେ। ଆଶାବାଦୀ ହୋଇପାରନ୍ତି। କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ସଞ୍ଚୟାଭିମୁଖୀ ହୋଇପାରନ୍ତି। ମନ ବ୍ୟାକୁଳ ରହିବ। ଅନ୍ୟ ମନସ୍କ ହେଲେ କାର୍ଯ୍ୟରେ ଭୁଲ କରି ବସିବେ। ଉପଯୁକ୍ତ କର୍ମାନୁରକ୍ତ ଓ ଯଶସ୍ୱୀ ହେବେ।

ଧନୁ: ଯୋଗାଯୋଗ କଲେ ଭଲ କାର୍ଯ୍ୟ ହାତକୁ ଆସିବ। ଉଚ୍ଚ ଆଶାଫଳବତୀ ହେବ। ସୁସ୍ଥ ରହିବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ହଠାତ୍‍ ଶୁଭଖବର ପାଇ ଖୁସି ହେବେ।

ମକର: ପୂର୍ବରୁ ଚଳାଇଥିବା ଯୋଜନାରେ ପରିବର୍ତ୍ତନ କରିପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ମନ ବିଷଣ୍ଣ ରହିପାରେ। ନିଜେ ଭୁକ୍ତଭୋଗୀ ନ ହୋଇ ଶୁଦ୍ଧା କଥାକୁ ବିଶ୍ୱାସ କଲେ ନାନା ସମସ୍ୟା ସୃଷ୍ଟି ହେବ। କୌଶଳ ପ୍ରୟୋଗ କରି ପରକୁ ଆପଣାର କରିବେ।

କୁମ୍ଭ: ଆବଶ୍ୟକ ଦ୍ରବ୍ୟ କ୍ରୟ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ପ୍ରତ୍ୟେକ କାର୍ଯ୍ୟ ଅତି ସାବଧାନତା ସହକାରେ କରିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସମ୍ମାନିତ ହେବେ।

ମୀନ: ସଂପର୍କରେ ଢ଼େର ଉନ୍ନତି ଘଟିବ। ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ। ଚିନ୍ତାଧାରା ମହାନ୍‍ ହୋଇପାରେ। ବିବାଦରେ ବିଜୟୀ ହେବେ। ବିଳାସ ବ୍ୟସନ କରିପାରନ୍ତି। ମନୋରଞ୍ଜନ କାର୍ଯ୍ୟରେ ସାମିଲ ହେବେ। କାର୍ଯ୍ୟ ସଫଳ ହେବେ।

Hot this week

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

Related Articles

Popular Categories