ତାମିଲନାଡୁରେ ଜାଲ୍ଲିକାଟ୍ଟୁ ବେଳେ ୭ ମୃତ, ୧୫୦ରୁ ଅଧିକ ଆହତ

ସମାଜ ଡିଜିଟାଲ ଡେସ୍କ: ତାମିଲନାଡୁରେ ଜାଲ୍ଲିକାଟ୍ଟୁ ଏବଂ ମାଞ୍ଜୁଭିରାଟ୍ଟୁ କାର୍ଯ୍ୟକ୍ରମ ସମୟରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଷଣ୍ଢ ଆକ୍ରମଣରେ ୧୫୦ରୁ ଅଧିକ ଦର୍ଶକ ଆହତ ହୋଇଛନ୍ତି। କାନ୍ନୁମ ପୋଙ୍ଗଲ ଦିବସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨ଟି ଷଣ୍ଢଙ୍କର ବି ପ୍ରାଣହାନୀ ଘଟିଛି। ପୁଡୁକୋଟ୍ଟାଇରେ ଏକ ଷଣ୍ଢର ମୃତ୍ୟୁ ଘଟିଥିବାବେଳେ ଶିବଗଙ୍ଗାରେ ଏକ ଷଣ୍ଢ ଏବଂ ତା’ ମାଲିକ ପ୍ରାଣ ହରାଇଛନ୍ତି।
ଶିବଗଙ୍ଗା ଜିଲାର ସିରାବାୟଲଠାରେ ମାଞ୍ଜୁଭିରାଟ୍ଟୁ କାର୍ଯ୍ୟକ୍ରମ ସମୟରେ ତନୀଶ ରାଜା ନିଜର ଷଣ୍ଢ ସହିତ ଅଂଶଗ୍ରହଣ କରିଥିଲେ। ଷଣ୍ଢଟି ଦୌଡ଼ି ଦୌଡ଼ି ଯାଇ ଏକ କୂଅରେ ପଡ଼ିଯିବାରୁ ପ୍ରାଣ ହରାଇଥିଲା। ଉଭୟ ରାଜା ଏକ ତାଙ୍କ ଷଣ୍ଢର ମୃତ୍ୟୁ ଘଟିଥିଲା। ସେହିପରି ସୁବୟା ନାମକ ଜଣେ ଦର୍ଶକ ଷଣ୍ଢ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।
Comments are closed.