ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ବିଦ୍ୟାଳୟର ଗଣିତ ଶିକ୍ଷକ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଅସଦାଚରଣ କରି ଆସୁଥିଲେ। ଏହାକୁ ଛାତ୍ରୀ ଜଣକ ବାରଣ କରିବାରୁ ଶିକ୍ଷକ ଜଣକ ତାଙ୍କୁ ପରୀକ୍ଷାରେ ଫେଲ କରାଇ ଦେବାକୁ ଧମକ ଦେଇଥିଲେ। ଛାତ୍ରୀ ଜଣକ ଭୟଭୀତ ହୋଇ ଘରେ ନ ଜଣାଇ ସ୍କୁଲ ର ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ। କିନ୍ତୁ ପ୍ରଧାନ ଶିକ୍ଷକ ଜଣକ ଏହାକୁ ଧ୍ୟାନ ଦେଇନଥିଲେ। ବାଧ୍ୟ ହୋଇ ଛାତ୍ରୀ ଜଣକ ନିଜ ମାଆଙ୍କୁ ଏସବୁ କଥା ଜଣାଇଥିଲେ। ଏ ନେଇ ପରିବାର ଲୋକେ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଉଭୟ ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।
Popular Categories



