www.samajalive.in
Saturday, December 6, 2025
17.1 C
Bhubaneswar

ମହିଳା ସ୍ନାତକ ମହାବିଦ୍ୟାଳୟରେ ଯୌନ ନିର୍ଯାତନା ସଚେତନତା କର୍ମଶାଳା ଓ ଶପଥ ପାଠ ଉତ୍ସବ

କଣ୍ଟାବାଞ୍ଜି: ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟରେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟ/ସଦସ୍ୟା ଓ ଛାତ୍ରୀମାନଙ୍କୁ ନେଇ ଏକ ଯୌନ ନିର୍ଯାତନା ସଚେତନତା କର୍ମଶାଳା ଓ ଶପଥ ପାଠ ଉତ୍ସବ ପାଳିତ ହୋଇଯାଇଛି। ଏହି କର୍ମଶାଳାରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ, ଯୌନ ଉତ୍ପୀଡନ(ନିବାରଣ, ନିଷେଧ ଓ ପ୍ରତିକାର ) ଆଇନ ୨୦୧୩ ଓ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ଆଇନ ୨୦୧୫ରେ ଥିବା ବିଭିନ୍ନ ପ୍ରକାରର ଧାରା, କର୍ମକ୍ଷେତ୍ରରେ ଯୌନ ନିର୍ଯାତନାର ପ୍ରକାର ଭେଦ, ଯୌନ ନିର୍ଯାତନାର ପ୍ରଭାବ, ଅଭିଯୋଗ କରିବାର ପ୍ରକ୍ରିୟା, ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଦାୟିତ୍ବ, ଦଣ୍ଡ ବିଧାନ ବ୍ୟବସ୍ଥା ଉପରେ ବୁଝାଇଥିଲେ। ଆଇସିସିର ଅଧ୍ୟକ୍ଷା, ଅଧ୍ୟାପିକା ସୁନନ୍ଦା ରଥ କର୍ମ ସଂସ୍ଥାନର ସମସ୍ତ ଅଂଶୀଦାର ଯୌନ ନିର୍ଯାତନା ରୋକିବା ପାଇଁ କଣ କରିବା ଉଚିତ୍ ଓ କଣ ନ କରିବା ଉଚିତ ବିସ୍ତୃତ ଭାବରେ ବୁଝାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭ୍ୟନ୍ତରୀଣ ଅଭିଯୋଗ କମିଟିର ସମସ୍ତ ସଭ୍ୟ/ସଭ୍ୟା, ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଓ ପ୍ରାୟ ଦୁଇ ଶହରୁ ଅଧିକ ଛାତ୍ରୀ ଏହି କର୍ମଶାଳାରେ ଉପସ୍ଥିତ ହୋଇ ସଚେତନତା ଦିଗ୍‌ଦର୍ଶନ ପ୍ରାପ୍ତି କରିଥିଲେ। ଶେଷରେ ଅଧ୍ୟକ୍ଷ ସମସ୍ତ ଅଂଶୀଦାରଙ୍କୁ କ’ଣ କର୍ତ୍ତବ୍ୟ କରିବା ଉଚିତ ଓ ନ କରିବା ଉଚିତ ଶପଥ ପାଠ କରାଇଥିଲେ ଓ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇ କର୍ମଶାଳାକୁ ସମାପ୍ତ କରିଥିଲେ। ଅଧ୍ୟକ୍ଷ ଏହି କର୍ମଶାଳାର ସୁଫଳ ସମସ୍ତଙ୍କୁ ନିଶ୍ଚୟ ମିଳିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories