କଣ୍ଟାବାଞ୍ଜି : ଗୁଜରାଟୀ ସମ୍ପ୍ରଦାୟଙ୍କ ସନ୍ଥ ଜଳାରାମ ଜୟନ୍ତୀ ପାଳନ କରାଯାଇଛି । ସ୍ଥାନୀୟ ଲଳିତା ବେନ ଭୂଧରଲାଲ ଭାଇଙ୍କ ପରିବାର ତରଫରୁ ତାଙ୍କ ଵ୍ୟଵସାୟିକ ପ୍ରତିଷ୍ଠାନ ଏବଂ ନିବାସ ସ୍ଥାନ ପରିସରରେ ମହାପ୍ରସାଦ ଅନ୍ନଭୋଗ ବଣ୍ଟନ କରା ଯାଇଥିଲା। ହଜାର ହଜାର ସଂଖ୍ୟାରେ ଲୋକ ପ୍ରସାଦ ଗ୍ରହଣ କରିଥିଲେ। ଏହି ପରିବାରର ସଭ୍ୟ ସ୍ଥାନୀୟ ରେଟଲ କିରାଣୀ ଦୋକାନୀ ସଂଘ ସଭାପତି ପ୍ରକାଶ କୁମାର ସୋମେୟା ନୀରୁ ଭାଇ, ସମାଜ ସେବୀ ଇସାନ ସୋମେୟା, ହାର୍ଦ୍ଦିକ ସୋମେୟା ପ୍ରମୁଖ ଭୂମିକା ରହିଥିଲା, ଏହା ସହ ଗିରିଶ ସୋନିଙ୍କ ତରଫରୁ ତାଙ୍କ ପ୍ରତିଷ୍ଠାନ ସମ୍ମୁଖରେ ପ୍ରସାଦ ବଣ୍ଟନ କରା ଯାଇଥିଲା ଏହା ସହ ଗୁଜରାଟୀ ସମ୍ପ୍ରଦାୟ ତରଫରୁ ସମାଜ ଭବନରେ ପୂଜା ଅର୍ଚ୍ଚନା ଏବଂ ଭୋଗ ବଣ୍ଟନ କରା ଯାଇଥିଲା ।
Popular Categories



