ପିରଙ୍ଗ ପୀଠ ଭଙ୍ଗାକୁ ନେଇ ଉତ୍ତେଜନା, ରାସ୍ତାରୋକ୍

ଯାଜପୁର ଟାଉନ: ଯାଜପୁର ମୁନିସିପଲଟି ଗାନ୍ଧିଛକରେ ଥିବା ମୁସଲମାନ ସମ୍ପ୍ରଦାୟର ଧାର୍ମିକସ୍ଥଳ ପିରଙ୍ଗ ପୀଠ ଭଙ୍ଗାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ରାସ୍ତା ସମ୍ପ୍ରସାରଣ ବେଳେ ପିରଙ୍ଗ ପୀଠକୁ ଭାଙ୍ଗି ଦିଆଯାଇଥିଲା। । ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ଜେସିବି ମେସିନ ଭଙ୍ଗାରୁଜା କରିବା ସହ ଟାୟାରଜାଳି ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।