www.samajalive.in
Sunday, December 14, 2025
26.1 C
Bhubaneswar

ସହିଦ ଯବାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି

ମାଲକାନାଗିରି : ସୁକ୍‌ମାରେ ସହିଦ ଯବାନଙ୍କୁ ବୁଧବାର ସକାଳେ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ରାୟପୁର ଆମ୍ବେଦକର ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ବୁଧବାର ସକାଳେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କେନ୍ଦ୍ରୀୟ ରାଷ୍ଟ୍ର ମନ୍ତ୍ରୀ ହଂସରାଜ ଗଙ୍ଗାରାମ ଅହିର ବିଳମ୍ବିତ ରାତିରେ ରାୟପୁରରେ ପହଞ୍ଚିଥିଲେ । ସକାଳ ପ୍ରାୟ ୬ଟା ବେଳେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରମଣ ସିଂହ, କେନ୍ଦ୍ରୀୟ ରାଷ୍ଟ୍ର ମନ୍ତ୍ରୀ ଅହିରଙ୍କ ସହ ଛତିଶଗଡ଼ର ଅନେକ ମନ୍ତ୍ରୀ ଉପସ୍ଥିିତ ରହିଥିଲେ ।

- Advertisement -

ଏହି ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ କହିଥିଲେ ଯେ ଏଭଳି ଘଟଣା ଆମ ଯବାନଙ୍କ ମନୋବଳ ଦୁର୍ବଳ କରିପାରିବ ନାହିଁ । ମାଓବାଦୀମାନେ ଏବେ ଆତଙ୍କିତ ହୋଇପଡିଛନ୍ତି । ସେମାନେ ଗୋଟିଏ କୋଣରେ ବନ୍ଦୀ ହୋଇଯାଇଛନ୍ତି। ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ ଆମେ ପ୍ରତିଜ୍ଞା ନେଉଛି ଓ ତାକୁ ପୂରଣ କରିବୁ ।

ପ୍ରକାଶ ଯେ ମଙ୍ଗଳବାର ସୁକ୍‌ମାର ପୋଲଡିଆ-କିତ୍ସାରାମ ରାସ୍ତାରେ ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ପରେ ଆଖିବୁଜା ଗୁଳି ମାଡ଼ରେ ୯ ଜଣ ଯବାନ ସହିିଦ ହୋଇଛନ୍ତି । ଏବେ ବି ୬ ଯବାନ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories