www.samajalive.in
Saturday, December 6, 2025
15.1 C
Bhubaneswar

ଯାଜପୁର ହଇଜା : ଜିଲ୍ଲାରେ ଭୋଜି ମନା

ଯାଜପୁର : ଯାଜପୁର ଜିଲ୍ଲାରେ ରଜପର୍ବ ବେଳେ ଭୋଜି ମନା ।  ରଜପର୍ବରେ ସାମୁହିକ ସମାବେଶ ବେଳେ ଭୋଜି ବାରଣ କରାଯାଇଛି।  ଜିଲ୍ଲାରେ କଲେରା ଚିହ୍ନଟ ଯୋଗୁଁ ଜିଲ୍ଲା ପ୍ରଶାସନ ଏଭଳି ପରାମର୍ଶ ଦେଇଛି।  ଘର ରନ୍ଧା ଖାଦ୍ୟ , ଫୁଟା ଓ ଫିଲ୍ଟର ପାଣି ପିଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ନଦୀ, ନାଳ , ପୋଖରୀ ପାଣିରେ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ କରିବାକୁ ଲୋକଙ୍କୁ ମନା କରାଯାଇଛି। ଜିଲ୍ଲାରେ ଝାଡାବାନ୍ତି ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ସୂଚନା ଜାରି କରାଯାଇଛି।

ଗତ ୫ ଦିନ ହେବ ଯାଜପୁର ଜିଲ୍ଲାରେ କଲେରା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତକାଲି ୪୧ ନମୁନା ପରୀକ୍ଷାରେ ୮ କଲେରା ଚିହ୍ନଟ ହୋଇଥିଲା। ଯାଜପୁର ଜିଲ୍ଲାରୁ ଆହୁରି ଦୁଇ ଶହ ନମୁନା ଯାଇଛି। ବ୍ୟାସନଗର , ବଡଚଣା ଓ ଧର୍ମଶାଳା ମେଡିକାଲରେ ଏହି ରୋଗୀମାନେ ଚିକିତ୍ସାଧୀନ ଅଛନ୍ତି। ଯାଜପୁର ଜିଲ୍ଲାରେ ଝାଡାବାନ୍ତି ନେଇ ମୁଖ୍ୟ ଶାସନ ସମୀକ୍ଷା କରିଥିଲେ। ରୋଗ ନିରାକରଣ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ସେ ନିର୍ଦେଶ ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories