www.samajalive.in
Friday, December 5, 2025
26.1 C
Bhubaneswar

ପରକିଆ ପ୍ରୀତି ପାଇଁ ସ୍ତ୍ରୀର ତଣ୍ଟି ଚିପି ମାରିଲା ସ୍ୱାମୀ

କାମାକ୍ଷାନଗର: ପରଜଙ୍ଗ ଥାନା ଅଁଳାକଟା ଗାଁରେ ଘଟିଛି ଅଭାବନୀୟ ଘଟଣା। ସ୍ୱାମୀର ପରକିଆ ପ୍ରୀତିକୁ ସ୍ତ୍ରୀ ବାରଣ କରିବାରୁ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିଛି ପିଶାଚ ସ୍ୱାମୀ। ଯାହାକୁ ନେଇ ମୃତ ମହିଳାଙ୍କ ପରିବାର ଲୋକ ପରଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ମୃତ ମହିଳା ଜଣଙ୍କ ପରଜଙ୍ଗ ଥାନା କୁମୁସି ପଞ୍ଚାୟତ ଅନ୍ତର୍ଗତ ଅଁଳାକଟା ଗାଁର ଅଞ୍ଜଳି ବେହେରା। ଅଞ୍ଜଳିଙ୍କ ବାପ ଘର କାମାକ୍ଷାନଗର ଥାନା ଜୟପୁରାକାଟେଣୀ ଗାଁରେ । ସେ ୧୧ ବର୍ଷ ତଳେ ଅଁଳାକଟା ଗାଁର ଦିଲେଶ୍ଵର ବେହେରାଙ୍କୁ ବିବାହ କରିଥିଲେ।

ଜୁନ୍‌ ୨୬ରେ ମହାସଂଯୋଗ ; ଏମାନଙ୍କ ପାଇଁ ବରଦାନରୁ ହେବନି କମ୍‌, ହେବେ ଧନୀ, ହେବ ବିବାହ, ମିଳିବ ସଫଳତା

- Advertisement -

ଏଥିସହିତ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛନ୍ତି। ଅଞ୍ଜଳିଙ୍କ ସ୍ୱାମୀ ଦିଲେଶ୍ଵର ବେହେରା ଗତ ଦୁଇ ବର୍ଷ ହେବ ଅଞ୍ଜଳିଙ୍କୁ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ଅଞ୍ଜଳି ବାରମ୍ବାର ତାଙ୍କ ଅନ୍ୟତ୍ର ସମ୍ପର୍କକୁ ବାରଣ କରୁଥିଲେ ମାତ୍ର ସେ ତାହା ନ ଶୁଣି ନିର୍ଯାତନା ଦେଉ ଆସୁଥିଲେ। ଏ ନେଇ ପାରିବାରିକ ଜୀବନରେ ସବୁଦିନେ କଳହ ସୃଷ୍ଟି ହେଉଥିଲା। ସୂଚନା ଅନୁଯାୟୀ, ଦିଲେଶ୍ଵର ପରଜଙ୍ଗ ବୃନ୍ଦାବନପୁର ଠାରେ ଏକ ଜଳଖିଆ ଦୋକାନ ଦେବା ସହିତ ଭଡାରେ ରହି ଆସୁଥିଲେ। ଗତକାଲି ରାତିରେ ମୃତ ଶରୀରକୁ ନେଇ ଅଁଳାକଟା ସ୍ଥିତ ନିଜ ଘରକୁ ନେଇ ଦିଲେଶ୍ଵର ଯାଇଥିଲେ । ପରେ ଫୋନ ଯୋଗେ ଶ୍ଵଶୁର ଘର ଲୋକଙ୍କୁ ଝିଅ ମରି ଯାଇଛି କହି ଫୋନ କରିଥିଲେ। ତେବେ ଅଞ୍ଜଳିଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିନଥିଲେ ପରିବାର ଲୋକେ। ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ପରଜଙ୍ଗ ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି ।

ପୁଣି ବଢିଲା ସୁନା, ଭାଙ୍ଗୁଛି ରେକର୍ଡ ପରେ ରେକର୍ଡ, ଜାଣନ୍ତୁ କେତେ

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories