ଯାଜପୁର ଏସପିଙ୍କ ମାନବିକତା : ବୃଦ୍ଧାଙ୍କ ଚିକିତ୍ସା ଓ ଔଷଧ ବ୍ୟବସ୍ଥା କଲେ
ଯାଜପୁର : ମାନବିକତା ଦେଖାଇଲେ ଯାଜପୁର ଏସପି ଚରଣ ସିଂ ମୀନା । ବୃଦ୍ଧାଙ୍କ ଠାରୁ ସ୍ୱାସ୍ଥ୍ୟଗତ ସମସ୍ୟା ଜାଣିବାକୁ ପାଇ ବୃଦ୍ଧା ଜଣଙ୍କୁ ମେଡିକାଲ ପଠାଇବା ସହିତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ବ୍ୟବସ୍ଥା ମଧ୍ୟ କରିଛନ୍ତି । ରବିବାର କାଳିଆପାଣି ପୁଲିସ ପକ୍ଷରୁ ଗରାମିଆ ସ୍କୁଲ ପଡ଼ିଆରେ ବାଲ୍ୟବିବାହ ଓ ଗୁଣି ଗାରେଡି ରୋକିବା ସମ୍ପର୍କରେ ଏକ ଜନ ସଚେତନତା ସଭା ଓ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ମାନଙ୍କୁ ଆରକ୍ଷୀ ଅଧୀକ୍ଷକ ମହୋଦୟ ପରିଚୟ ପତ୍ର ପ୍ରଦାନ କରୁଥିବା ସମୟରେ ବୃଦ୍ଧା ମହିଳା ଜଣଙ୍କ ଜ୍ଵରରେ ପୀଡିତ ଥିବା ସହିତ ବାର୍ଦ୍ଧକ୍ୟ ଜନିତ ଅନେକ ରୋଗ ବ୍ୟାଧିରେ କଷ୍ଟ ପାଉଥିବା ଜଣାଇଥିଲେ । ବୃଦ୍ଧାଙ୍କ ଠାରୁ ସ୍ୱାସ୍ଥ୍ୟଗତ ସମସ୍ୟା ଜାଣିବାକୁ ପାଇ ବୃଦ୍ଧା ଜଣଙ୍କୁ ମେଡିକାଲ ପଠାଇବା ସହିତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ବ୍ୟବସ୍ଥା ମଧ୍ୟ କରିଛନ୍ତି ।
ଅଭିଜ୍ଞ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରିବା ସହ ଔଷଧ ଓ ଚିକିତ୍ସା ବାବଦ ସମସ୍ତ ଖର୍ଚ୍ଚ ନିଜେ ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ | ସେଠାରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ରାଜକିଶୋର ଦୋରା, କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲି, ସୁକିନ୍ଦା ବ୍ଳକ ପୂର୍ବତନ ଅଧ୍ୟକ୍ଷା ଉପସ୍ଥିତ ଥିଲେ ।
Comments are closed.