www.samajalive.in
Saturday, December 6, 2025
14.1 C
Bhubaneswar

ନବବଧୂ ହତ୍ୟାକାଣ୍ଡରେ ୫ଜଣଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର : ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସୋଲପାଟ ଗ୍ରାମରେ ଏକ ନବବଧୂ ହତ୍ୟା ମାମଲାର ବିଚାର କରି ଯାଜପୁର ଜିଲ୍ଲା ଦୌରାଜର୍ଜ ଆଜି ୪ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଏହି ଥାନା ପଳସା ଗ୍ରାମର କୁସୁମଲତା ସାହୁ ୨୦/୬/୨୦୧୪ରେ ସୋଲପାଟ ଗ୍ରାମର ଅକ୍ଷୟ ପାଲଙ୍କୁ ବିବାହ କରିଥିଲେ । ବିବାହ ପରେ ଶାଶୁଘର ଲୋକେ କୁସୁମଲତା ଉପରେ ଶାରିରୀକ ଓ ମାନସିକ ନିର୍ୟ୍ୟାତନା ଦେଇ ଆସୁଥିଲେ । ତେବେ ୧୪/୧୧/୨୦୧୪ରେ କୁସୁମ ନିଖୋଜ ହୋଇଥିବା ଶାଶୁଘର ଲୋକେ ତାଙ୍କ ବାପଘରେ ଜଣାଇଥିôଲେ । ହେଲେ ଏହାର ପରଦିନ ୧୫ତାରିଖରେ କୁସୁମଲତାର କ୍ଷତବିକ୍ଷପ୍ତ ମୃତଦେହ ଶଶୁରଘର ଗାଁ ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର କରାଯାଇଥିଲା । ତେବେ ତାଙ୍କ ଭଉଣିକୁ ହତ୍ୟା କରି ପୋଖରୀରେ ଫିଙ୍ଗିଦିଆଯାଇଥିବା ମୃତକର ଭାଇ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରି କୁସୁମଲତାର ଶଶୁର, ଶାଶୁ,ସ୍ୱାମୀ, ଦିଅର ଓ ନଣନ୍ଦକୁ ଗିରଫ କରିଥିଲା । ଜାମିନ ନାମଞୁର ହେବା ପରେ ଏମାନଙ୍କୁ ଯାଜପୁର ବିଚାର ବିଭାଗୀୟ ଜେଲ ପଠାଇ ଦିଆଯାଇଥିଲା । ଯାଜପୁର ଏଡିଜେ କୋର୍ଟରେ ଏହି ମାମଲାର ବିଚାର ଚାଲିଥିଲା । ପରିବାରର ୫ଜଣ ଜେଲରେ ରହିଥିବା ବେଳେ ୮/୭/୨୦୧୭ତାରିଖରେ ଦିଅର ଅଜୟ ପାଲଙ୍କ ମୃତ୍ୟ ଘଟିଥିଲା । ଆଜି ଏଡିଜେ କୋର୍ଟର ମାନ୍ୟବର ବିଚାର ପତି ୧୫ଜଣ ସାକ୍ଷଙ୍କ ବୟାନ ରେକର୍ଡ କରି ଶଶୁର ଲକ୍ଷ୍ମୀଧର ପାଲ, ସ୍ୱାମୀ ଅକ୍ଷୟ ପାଲ, ଶାଶୁ ଓ ନଣନ୍ଦଙ୍କୁ ଅଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories