www.samajalive.in
Sunday, December 7, 2025
14.1 C
Bhubaneswar

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଦଳ ଘୋଷିତ : କୋହଲି, ବୁମରା ଓ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷରେ ଚଳିତ ମାସରୁ ଆରମ୍ଭ  ହେଉଥିବା ଟ୍ବେଣ୍ଟି-୨୦ ଏବଂ ଦିନିକିଆ ଆନ୍ତର୍ଜାତୀୟ  ସିରିଜ୍ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା କରାଇଛି । ଦଳକୁ ଅଧିନାୟକ ବିରାଟ କୋହଲି, ଯଶପ୍ରୀତ ବୁମରା ଓ କେଏଲ ରାହୁଲ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମାତ୍ର ଦିନିକିଆରୁ ଦିନେଶ କାର୍ତ୍ତିକ ବାଦ୍ ପଡ଼ିଛନ୍ତି। କିନ୍ତୁ ତାଙ୍କୁ ଟି-୨୦ ଦଳରେ ସୁଯୋଗ ମିଳିଛି। ତେବେ ଟି-୨୦ ଦଳରେ  କୁଲଦୀପ ଯାଦବଙ୍କୁ ସାମିଲ କରାଯାଇ ନାହିଁ । ଟ୍ବେଣ୍ଟି-୨୦ ସିରିଜ୍ ପାଇଁ ଦଳରେ ନୂତନ ଚେହେରା ଭାବେ ମୟଙ୍କ ମାର୍କେଣ୍ଡେୟଙ୍କୁ ସାମିଲ କରାଯାଇଛି । ଏହା ସହିତ ଟି-୨୦ରେ ଉମେଶ ଯାଦବଙ୍କୁ ମଧ୍ୟ ସୁଯୋଗ ମିଳିଛି।

ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଆସନ୍ତା ୨୪ରୁ ଦୁଇ ମ୍ୟାଚ୍ ବିଶିଷ୍ଟ ଓ ପରେ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତୀୟ ସିରିଜ୍ ଖେଳିବ। ବିଶ୍ଵ କପ ପୂର୍ବରୁ ଭାରତ ଏହି ୫ଟି ଦିନିକିଆ  ମ୍ୟାଚ୍ ଖେଳିବାକୁ ଯାଉଛି। ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଘୋଷିତ ଭାରତୀୟ ଦଳ ବିଶ୍ଵ କପକୁ ଦୃଷ୍ଟିରେ ରଖି ଚୟନ କରାଯାଇଥିବା ଅନୁମାନ କରାଯାଉଛି ।

- Advertisement -

ଟି-୨୦ ସିରିଜ ଓ ପ୍ରଥମ ଦୁଇଟି ଦିନିକିଆରେ ଭୁବନେଶ୍ଵର କୁମାରଙ୍କୁ ବିଶ୍ରାମ ଦିଆଯାଇଛି। ଆପତ୍ତିଜନକ ଟିପ୍ପଣୀ ପରେ ଦଳରୁ ବାଦ ପଡିଥିବା କର୍ଣ୍ଣାଟକର ବ୍ୟାଟସମ୍ୟାନ କେଏଲ ରାହୁଲ ମଧ୍ୟ ଦଳକୁ ଫେରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ରେ  ଦଳରେ ସ୍ଥାନ ପାଇଥିବା ସିଦ୍ଧାର୍ଥ କୌଲଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ  ଟି-୨୦ ସିରିଜ୍ ପାଇଁ ସାମିଲ କରାଯାଇ ନାହିଁ।  ମାତ୍ର ପ୍ରଥମ ଦୁଇଟି ଦିନିକିଆ ପାଇଁ ଦଳରେ ସାମିଲ କରାଯାଇଛି। କିନ୍ତୁ ବାକି ତିନୋଟି ଦିନିକିଆରେ ସିଦ୍ଧାର୍ଥ କୌଲଙ୍କ ସ୍ଥାନରେ ଭୁବନେଶ୍ଵର କୁମାରଙ୍କୁ ଦଳରେ ସାମିଲ କରାଯାଇଛି।

ଟ୍ବେଣ୍ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), କେଏଲ ରାହୁଲ, ଶିଖର ଧାଓ୍ଵନ, ଋଷଭ ପନ୍ତ, ଦିନେଶ କାର୍ତ୍ତିକ, ମହେନ୍ଦ୍ର ସିଂହ ଧୋନୀ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଲ ପାଣ୍ଡ୍ୟା, ବିଜୟ ଶଙ୍କର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ଉମେଶ ଯାଦବ, ସିଦ୍ଧାର୍ଥ କୌଲ, ମୟଙ୍କ ମାର୍କେଣ୍ଡେୟ

ପ୍ରଥମ ଦୁଇଟି ଦିନିକିଆ ପାଇଁ ଭାରତୀୟ ଦଳ

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), ଶିଖର ଧାଓ୍ଵନ, ଅମ୍ବତି ରାୟୁଡୁ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନୀ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରା,  ମହମ୍ମଦ ସାମି, ୟୁଜୁବେନ୍ଦ୍ର ଚହଲ, କୁଲଦୀପ ଯାଦବ, ବିଜୟ ଶଙ୍କର, ଋଷଭ ପନ୍ତ, ସିଦ୍ଧାର୍ଥ କୌଲ,  କେଏଲ ରାହୁଲ।

ଶେଷ ତିନୋଟି ଦିନିକିଆ ପାଇଁ ଭାରତୀୟ ଦଳ

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), ଶିଖର ଧାଓ୍ଵନ, ଅମ୍ବତି ରାୟୁଡୁ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନୀ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରା,  ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ବିଜୟ ଶଙ୍କର, ଋଷଭ ପନ୍ତ, ଭୁବନେଶ୍ଵର କୁମାର, କେଏଲ ରାହୁଲ।

ଭାରତ- ଅଷ୍ଟ୍ରେଲିଆ ଟି-୨୦ ସିରିଜ୍ କାର୍ଯ୍ୟସୂଚୀ

ଫେବୃଆରୀ ୨୪: ପ୍ରଥମ ଟି-୨୦,  ବିଶାଖାପାଟଣା

ଫେବୃଆରୀ ୨୭:  ଦ୍ଵିତୀୟ ଟି-୨୦, ବେଙ୍ଗାଲୁରୁ

ଭାରତ- ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ କାର୍ଯ୍ୟସୂଚୀ

ମାର୍ଚ୍ଚ ୦୨: ପ୍ରଥମ ଦିନିକିଆ, ହାଇଦ୍ରାବାଦ

ମାର୍ଚ୍ଚ ୦୫: ଦ୍ଵିତୀୟ ଦିନିକିଆ, ନାଗପୁର

ମାର୍ଚ୍ଚ ୦୮: ତୃତୀୟ ଦିନିକିଆ, ରାଞ୍ଚି

ମାର୍ଚ୍ଚ ୧୦: ଚତୁର୍ଥ ଦିନିକିଆ, ମୋହାଲି

ମାର୍ଚ୍ଚ ୧୩: ପଞ୍ଚମ ଦିନିକିଆ, ଦିଲ୍ଲୀ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories