www.samajalive.in
Saturday, December 6, 2025
19.1 C
Bhubaneswar

ପିଠା କାର୍ଯ୍ୟକ୍ରମ ଠେଲାପେଲାରେ ଭାଙ୍ଗିଲା ବୃଦ୍ଧାଙ୍କ ହାତ

ଧର୍ମଗଡ : ଧର୍ମଗଡ ବ୍ଳକ ଅନ୍ତର୍ଗତ ଛଞ୍ଚାଣବାହାଲି ପଞ୍ଚାୟତରେ ତୃତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଚାଲିଥିବାବେଳେ ଜନୈକା ବୃଦ୍ଧାଙ୍କ ହାତ ଭାଙ୍ଗିଥିବା ଅଭିଯୋଗ ହୋଇଛି। ଠେଲାପେଲାରେ ବୃଦ୍ଧାଙ୍କ ହାତ ଭାଙ୍ଗି ଯାଇଛି। ତାଙ୍କ ନାମ ଯମୁନା ବାଗ (୭୦) ବୋଲି ଜଣାପଡିଛି। ତାଙ୍କୁ ପ୍ରଥମେ ପର୍ଲା ଡାକ୍ତରଖାନା ଓ ପରେ ଧର୍ମଗଡ ହାକ୍ତରଖାନା ଓ ପରେ ଭବାନିପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନାନୁଯାୟୀ ଛଞ୍ଚାଣବାହାଲି ପଂଚାୟତରେ ଶୁକ୍ରବାର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଚାଲୁଥିଲା। ଏଥିରେ ଛଞ୍ଚାଣବାହାଲି ସରପଞ୍ଚ ବଳରାମ ପୁଝାରୀ ସଭାପତିତ୍ୱ କରିଥିବାବେଳେ ଧର୍ମଗଡ ବ୍ଳକ ଅଧକ୍ଷ୍ୟ ବଳରାମ ପୁଝାରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପଂଚାୟତ ପିଇଓ ପ୍ରଶାନ୍ତ ମାଝି ପରିଚାଳନା କରୁଥିଲେ। ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଏହି ‘ପିଠା’କାର୍ଯ୍ୟକ୍ରମ ଅବସରରେ ହିତାଧିକାରୀଙ୍କୁ ଭତ୍ତା ଓ ଏଲଇଡି ବଲବ ବଣ୍ଟନ କରାଯାଇଥିଲା। ତେବେ ଭତ୍ତା ନେବାକୁ ଆସିଥିବା ଜନୈକା ବୃଦ୍ଧା ଲୋକଙ୍କ ଠେଲା ପେଲାରେ ତଳେ ପଡିଯାଇଥିଲେ ଓ ତାଙ୍କ ହାତ ଭାଙ୍ଗି ଯାଇଥିଲା। ଏଭଳି ଅଘଟଣ ପରେ କିଛି ସମୟ ପାଇଁ ଭତ୍ତା ବଣ୍ଟନ ବନ୍ଦ କରି ବୃଦ୍ଧାଙ୍କୁ ଡାକ୍ତରଖାନା ନେବାକୁ ସାହାଯ୍ୟ କରିବାକୁ ଉପସ୍ଥିତ ଜନସାଧାରଣ ପଞ୍ଚାୟତ ପିଇଓଙ୍କୁ ଅନୁରୋଧ କରିଥିଲେ ହେଁ ଶୁଣିନଥିଲେ। ଶେଷରେ ସେଠାରେ ଉପସ୍ଥିତ କିଛି ଗଣମାଧ୍ୟମ ପ୍ରତିନିଧି ୧୦୮ ଆମ୍ବୁଲାନ୍ସକୁ ଫୋନ କରି ବୃଦ୍ଧାଙ୍କୁ ଡାକ୍ତରଖାନା ପଠେଇବା ବ୍ୟବସ୍ଥା କରିଥିଲେ। ଏନେଇ ଧର୍ମଗଡ ବିଡିଓ ଅଶୋକ କୁମାର ଭୋଇଙ୍କୁ ପଚାରିବାରୁ କୋଉ ପରିସ୍ଥିତିରେ ବୃଦ୍ଧାଙ୍କ ହାତ ଭାଙ୍ଗିଲା ସେନେଇ ଅନୁଧ୍ୟାନ କରିବା ସହ ପ୍ରଶାସନ ତରଫରୁ ଆବଶ୍ୟକୀୟ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories