www.samajalive.in
Friday, December 5, 2025
26.1 C
Bhubaneswar

ଆକ୍ରମଣ ଭଳି ଘଟଣା ଭାରତକୁ ଦୁର୍ବଳ କରି ପାରିବ ନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୁଲୱାମାଠାରେ ସିଆର୍‍ପିଏଫ୍‍ ଯବାନମାନଙ୍କ ଉପରେ ଆକ୍ରମଣ ଭଳି ଘଟଣା ଭାରତକୁ ଦୁର୍ବଳ କରି ପାରିବ ନାହିଁ ଓ ଏଥିପାଇଁ ଯେଉଁମାନେ ଦାୟୀ, ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି । ଶ୍ରୀ ମୋଦି କହିଛନ୍ତି, ପ୍ରତିରକ୍ଷା ବାହିନୀ ଯବାନମାନଙ୍କୁ ସଂପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ଓ ଏଭଳି ଆତଙ୍କୀ କାର୍ଯ୍ୟ ପାଇଁ ଯେଉଁମାନେ ଦାୟୀ, ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ଦେଶର ସର୍ବପ୍ରଥମ ମଧ୍ୟମ ହାଇସ୍ପିଡ୍‍ ଟ୍ରେନ୍‍ ବନ୍ଦେ ଭାରତ ଏକ୍ସପ୍ରେସ୍‍କୁ ନୂଆଦିଲ୍ଲୀ ରେଳଷ୍ଟେସନ୍‍ରୁ ଶୁଭାରମ୍ଭ ଶ୍ରୀ ମୋଦି କହିଛନ୍ତି ଯେ, ପାକିସ୍ତାନ ଏହାର ଷଡ଼ଯନ୍ତ୍ର ଦ୍ୱାରା ଭାରତକୁ ଦୁର୍ବଳ କରିଦେବ ବୋଲି ଯଦି ଭାବୁଥାଏ, ତେବେ ସେ ଏକ ମସ୍ତବଡ଼ ଭୁଲ୍‍ କରୁଛି। କିନ୍ତୁ ଏହା କେବେ ଘଟିବ ନାହିଁ। ପାକିସ୍ତାନ ସମଗ୍ର ବିଶ୍ୱରେ ଏକଘରିଆ ହୋଇଯାଇଥିବା ଶ୍ରୀ ମୋଦି କହିଛନ୍ତି। ଏଭଳି ପରିସ୍ଥିତିରେ ଭାରତ ପାଖରେ ଛିଡ଼ା ହୋଇଥିବା ସମସ୍ତ ଦେଶକୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ମୋଦି ରାଜନୈତିକ ଦଳଗୁଡ଼ିକୁ ନିବେଦନ କରି କହିଛନ୍ତି ଯେ ଏହା ଏକ ଅତି ସମ୍ବେଦନଶୀଳ ଓ ଭାବପ୍ରବଣ ଘଟଣା ହୋଇଥିବା ଦୃଷ୍ଟିରୁ ଏହାକୁ ନେଇ ପରସ୍ପର ପ୍ରତି ଆରୋପ ପ୍ରତ୍ୟାରୋପ କରିବା ଉଚିତ ନୁହେଁ। ସେ କହିଛନ୍ତି ଏଭଳି ସନ୍ତ୍ରାସବାଦୀ କାର୍ଯ୍ୟ ବିରୁଦ୍ଧରେ ଭାରତ ଐକ୍ୟବଦ୍ଧ ହୋଇ ଲଢ଼ୁଛି ବୋଲି ସମଗ୍ର ବିଶ୍ୱକୁ ବାର୍ତ୍ତା ଯିବା ଆବଶ୍ୟକ। ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‍ପିଏଫ୍‍ ଯବାନମାନଙ୍କ ପ୍ରତି ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories