www.samajalive.in
Sunday, December 14, 2025
17.1 C
Bhubaneswar

ମୂଲ୍ୟବୋଧ ଭିତ୍ତିକ ରାଜସ୍ୱ ସେବା ଯୋଗାଇବା ପାଇଁ ଅତିରିକ୍ତ ମୁଖ୍ୟସଚିବଙ୍କ ପରାମର୍ଶ

ଯାଜପୁର: ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଲୋକାଭିମୁଖୀ ଯୋଜନା ଲୋକମାନଙ୍କ ପାଖରେ ପହଂଚାଇବା ସହ ଲୋକମାନଙ୍କୁ ମୂଲ୍ୟବୋଧ ଭିତ୍ତିକ ସେବା ପ୍ରଦାନ ପାଇଁ ଯତ୍ନବାନ ହେବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଆହ୍ୱାନ ଦେଇଛନ୍ତି। ବୁଧବାର ଅପରାହ୍ନରେ ଭିଡିଓ କନପଂରେନ୍ସ ମାଧ୍ୟମରେ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ ଯାଜପୁର ଜିଲ୍ଲାର ରାଜସ୍ୱ ବିଭାଗର ବିବିଧ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଥିଲେ।

ସେ କହଛନ୍ତି, ରାଜସ୍ୱ ବିଭାଗ ସାଧାରଣ ଲୋକମାନଙ୍କର ଆଶା ଭରସା। ତେଣୁ ସେମାନଙ୍କର ଆବଶ୍ୟକୀୟ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ଓ ଉପଯୁକ୍ତ ଭାବେ ନିର୍ବାହ କରିବା ସହ ଆଇନ ଅନୁସାରେ ସମୟ ଭିତ୍ତିକ ନ୍ୟାୟ ପ୍ରଦାନ ପାଇଁ ସେ ପରାମର୍ଶ ଦେଇଥିଲେ। ଅପର ପକ୍ଷରେ ମୋ ସରକାର, ପାଂଇଭ ଟି ଓ ଆର୍.ଟି.ପି.ଏସ୍. ଇତ୍ୟାଦି ବ୍ୟବସ୍ଥା ସରକାର ସାଧାରଣ ଲୋକଙ୍କୁ ସେବା ଯୋଗାଇବା ପାଇଁ ପ୍ରଣୟନ କରିଥିବାରୁ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ସାଧିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଜମି ବିକ୍ରି ହେବା ପରେ କ୍ରେତା ପଟ୍ଟା ପାଇବାକୁ ବାରମ୍ୱାର ନ ଦୈାଡି ନିର୍ଦ୍ଧାରିତ ସମୟରେ ପଟ୍ଟା ପାଇବା ଉଚିତ। ଏ କ୍ଷେତ୍ରରେ ଅବହେଳା ପାଇଁ ସଂପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଉତ୍ତରଦାୟୀ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେଣୁ ବକେୟା ଥିବା ସମସ୍ତ ପଟ୍ଟା ଗୁଡିକୁ ପ୍ରସ୍ତୁତ କରି ରାଜସ୍ୱ ରଥ ମାଧ୍ୟମରେ ୨ ଦିନ ମଧ୍ୟରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ପ୍ରଦାନ କରିବାକୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories