ଧର୍ମେନ୍ଦ୍ର ପ୍ରଧାନଙ୍କ ବିଂଝାରପୁର ଗସ୍ତ

ଯାଜପୁର : ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଯାଜପୁରରେ ରାଜନୈତିକ ପାଣିପାଗ ସେତେ ସରଗରମ ହେବାରେ ଲାଗିଛି । ଏ ନେଇ ବିଜେପି ପକ୍ଷରୁ ପ୍ରଚାର ଜୋରଦାର କରାଯାଇଛି। ରବିବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାଜପୁରର ବିଂଝାରପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ବିଂଝାରପୁର ବିଜେପି ବିଧାୟିକା ପ୍ରାର୍ଥୀ ବବିତା ମଲ୍ଲିକ ଓ ଯାଜପୁର ଲୋକସଭା ପ୍ରାର୍ଥୀ ଅମୀୟକାନ୍ତ ମଲ୍ଲିକଙ୍କ ସମେତ ବହୁ ଦଳୀୟ ନେତା ଏହି ନିର୍ବାଚନୀ ସଭାରେ ଦଳ ସପକ୍ଷରେ ବକ୍ତବ୍ୟ ରଖିଥିଲେ। ଧର୍ମେନ୍ଦ୍ର ତାଙ୍କ ଭାଷଣରେ ରାଜ୍ୟର ବିଜେଡି ସରକାରକୁ ଅପାରଗ ସରକାର ବୋଲି ଅଭିହିତ କରିବା ସହିତ ଏହି ଦୁର୍ନିତିଗ୍ରସ୍ତ ସରକାରକୁ ବଦଳାଇବାକୁ ଆହ୍ୱାନ ଦେଇଥିଲେ । ଡବଲ ଇଞ୍ଜିନର ପ୍ରସଙ୍ଗ ରଖି ବିଜେପି ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ସରକାର ଗଢିଲେ ୩କୋଟି ୨୬ଲକ୍ଷ ଲୋକଙ୍କୁ ୧ଟଙ୍କାରେ ୫କିଲୋ ଚାଉଳ, ଅଧାକିଲୋ ଡାଲି, ଅଧାକିଲୋ ଲୁଣ ଯୋଗାଇଦେବ ବୋଲି ସେ ପ୍ରତିଶୃତି ଦେଇଥିଲେ । ବିଭିନ୍ନ ଦୁର୍ନିତି ମାମଲାରେ ସମ୍ପୃକ୍ତ ନେତାମାନଙ୍କୁ ଜେଲକୁ ପଠାଯିବ ବୋଲି ସେ କହିଥିଲେ ।

Comments are closed.