BJD Bijuli 480×75 Mob

ରଖେ ହରି ତ ମାରେ କିଏ : ରାଜପଥରେ ଯାଉଥିବା ଗାଡିକୁ ଦେଖିବା ପାଇଁ ଟ୍ରାନ୍ସଫର୍ମର ଖୁଣ୍ଟ ଉପରେ ଚଢିଗଲା ୫ ବର୍ଷର ଶିଶୁ, ଅଳ୍ପକେ ବର୍ତ୍ତିଲା ଜୀବନ

BJD Bijuli 480×75 Mob

ଭୁବନେଶ୍ଵର : କଥାରେ ଅଛି ଯାହାକୁ ଭଗବାନ ବଞ୍ଚାଇ ରଖିବେ ତାକୁ ମାରିବ କିଏ । ଯାହା ଉପରେ ଭଗବାନଙ୍କର କୃପା ଥାଏ ତାର କିଛି ହୁଏ ନାହିଁ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁରର କୋରେଇ ଅଞ୍ଚଳରେ । ଏହି ଅଞ୍ଚଳର ଜଣେ ୫ ବର୍ଷିୟ ଶିଶୁ ଖେଳୁଥିବା ସମୟରେ ରାଜପଥରେ ଯାଇଥିବା ଗାଡିକୁ ଦେଖିବା ପାଇଁ ପାଖରେ ଥିବା ଏକ ଟ୍ରାନ୍ସଫର୍ମର ଖୁଣ୍ଟ ଉପରେ ଚଢିଯାଇଥିଲା । ଶିଶୁଟି ଖୁଣ୍ଟ ଉପରେ ଛିଡାହୋଇ କିଛି ସମୟ ରାଜପଥରେ ଯାଉଥିବା ଗାଡିକୁ ଦେଖୁଥିଲା । ଶିଶୁଟିର  ସାନ ଭଉଣି ମଧ୍ୟ ଖୁଣ୍ଟରେ ଚଢିବା ପାଇଁ ପ୍ରୟାସ କରୁଥିବା ସମୟରେ କିଛି ସ୍ଥାନୀୟ ଲୋକଙ୍କ ନଜର ପଡିଥିଲା । ଏହାପରେ ସମସ୍ତେ ହତବାକ୍ ହୋଇଯାଥିଲେ ଯେତେବେଳେ ଟ୍ରାନ୍ସଫର୍ମର ଖୁଣ୍ଟ ଉପରେ ଏକ ଶିଶୁ ଛିଡା ହୋଇଥିବାର ଦେଖିଲେ ।ସମସ୍ତେ ଭଗବାନଙ୍କୁ ପ୍ରାର୍ଥନାକୁ କରୁଥିଲେ ଶିଶୁଟି ସୁରକ୍ଷିତଭାବେ ତଳକୁ ଆସୁ । ଏପରି ଦୃଶ୍ୟ ଅନେକ ଲୋକଙ୍କ ଲୋମ ଟାଙ୍କୁରି ଉଠିଥିଲା । ଶିଶୁଟି କିପରି ଏପରି ଏକ ବିପଦପୂର୍ଣ୍ଣ ସ୍ଥାନରେ ପହଞ୍ଚିଲା ତାକୁ ନେଇ ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ଭାଗ୍ୟକୁ ଏହି ସମୟରେ କରେଣ୍ଟ ନଥିଲା । ଲୋକେ ବହୁବାର ଡାକିବା ପରେ ଶିଶୁଟି ତଳକୁ ଓହ୍ଲାଇଥିଲା । ଏହାପରେ ଲୋକଙ୍କ ଚେତା ପଶିଥିଲା ।

ସୂଚନା ଅନୁସାରେ ଯାଜପୁର ଜିଲ୍ଲା କୋରେଇ ଥାନା ୨୦ ନମ୍ବର ଜାତୀୟ ରାଜପଥ କଡ ରଗଡି ସରକାରୀ ପଲିଟେକନିକ ପାଖରେ ସୋମବାର ଅପରାହ୍ନରେ ଏହି ଘଟଣା ଦେଖିବାକୁ ମିଳିଥିଲା । ଟ୍ରାନ୍ସଫର୍ମର ଖୁଣ୍ଟରେ ରଢିଥିବା ଶିଶୁଟି ଘର ସେଇ ନିକଟରେ ହୋଇଥିବା ବେଳେ ସେ ଆଦିବାସୀ ଶ୍ରେଣୀର ଅଟେ । ସେହି ଶିଶୁଟି ଅଧିକାଂଶ ସମୟରେ ସେହି ସ୍ଥାନରେ ବୁଲାବୁଲି କରେ । ଗତକାଲି ତାର ସାନ ଭଉଣି ସହ ଖେଳିବା ସମୟରେ ରାଜପଥରେ ଯାଉଥିବା ଗାଡିକୁ ଦେଖିବା ପାଇଁ ସେ ଟ୍ରାନ୍ସଫର୍ମର ଖୁଣ୍ଟ ଉପରେ ଚଢିଯାଇଥିବା ଜଣାପଡିଛି ।

Comments are closed.