BJD Bijuli 480×75 Mob

ମାନହାନି ମାମଲା ପ୍ରତ୍ୟାହାର କଲେ ଜେଟ୍‌ଲି

BJD Bijuli 480×75 Mob
0

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ କ୍ଷମାପ୍ରାର୍ଥନା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ମଙ୍ଗଳବାର ହାଇକୋର୍ଟରେ କେଜରିୱାଲଙ୍କ ବିରୋଧରେ ରୁଜୁ କରିଥିବା ମାନହାନି ମକଦ୍ଦମାକୁ ପ୍ରତ୍ୟାହାର କରିନେଇଛନ୍ତି। ଜେଟ୍‌ଲିଙ୍କ ଲିଖିତ ଆବେଦନକୁ ଜଷ୍ଟିସ ମନମୋହନ ଗ୍ରହଣ କରିବା ସହ ମାମଲାକୁ ବନ୍ଦ ଘୋଷଣା କରିଛନ୍ତି। ଜେଟ୍‌ଲି ଦିଲ୍ଲୀ ହାଇକୋର୍ଟରେ ଦୁଇଟି ମାନହାନି ମକଦ୍ଦମା ରୁଜୁ କରିଥିଲେ। ପ୍ରଥମରେ ଜେଟ୍‌ଲି ଦିଲ୍ଲୀ କ୍ରିକେଟ ଆସୋସିଏସନ ସଭାପତି ଥିବାବେଳେ ନାନା ଦୁର୍ନୀତିରେ ସଂପୃକ୍ତ ଥିଲେ ବୋଲି କେଜରିୱାଲ ଅଭିଯୋଗ କରିଥିଲେ। ସେତେବେଳେ ପ୍ରଖ୍ୟାତ ଆଇନଜୀବୀ ରାମ ଜେଠମାଲାନି କେଜରିୱାଲଙ୍କ ତରଫରୁ ମାମଲା ଲଢୁଥିଲେ। ତେବେ ଶୁଣାଣି ସମୟରେ ଜେଠମାଲାନି ଅଦାଲତରେ ଜେଟ୍‌ଲିଙ୍କ ବିରୋଧରେ କେତେକ ଆପତ୍ତିଜନକ ଶବ୍ଦ ବ୍ୟବହାର କରିବା ଫଳରେ ଜେଟ୍‌ଲି ପୁଣି କେଜରିୱାଲଙ୍କ ବିରୋଧରେ ୧୦ କୋଟି ଟଙ୍କାର ମାନହାନି ମକଦ୍ଦମା ଦାଏର କରିଥିଲେ।

Leave A Reply