www.samajalive.in
Monday, December 15, 2025
26.1 C
Bhubaneswar

ଭୋଟ ଦେଲେ ଜୟଶଙ୍କର, ରେଖା ଶର୍ମା, କପିଲ ଦେବ, ରାହୁଲ, ସୋନିଆଙ୍କ ସମେତ ଏହି ଚର୍ଚ୍ଚିତ ବ୍ୟକ୍ତି

ନୂଆଦିଲ୍ଲୀ: ଶନିବାର ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ ଚାଲିଥିବାବେଳେ ଦେଶର ବିଭିନ୍ନ ସ୍ଥାନରେ ଚର୍ଚ୍ଚିତ ବ୍ୟକ୍ତିମାନେ ନିଜର ମତଦାନ କରିଛନ୍ତି। ଘରେ ନ ରହି ସମସ୍ତେ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେବାର ଅଧିକାର ସାବ୍ୟସ୍ତ କରିବାକୁ ସେମାନେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
ଏହି କ୍ରମରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲୁ) ଅଧ୍ୟକ୍ଷା ରେଖା ଶର୍ମା ଶନିବାର ସକାଳେ ଦିଲ୍ଲୀରେ ମତଦାନ କରିଛନ୍ତି।

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ କପିଳ ଦେବ ମତଦାନ କରି କହିଛନ୍ତି, ଗଣତନ୍ତ୍ର ରାଷ୍ଟ୍ରରେ ଥିବରୁ ବହୁତ ଖୁସି ଅଛି। ଲୋକମାନେ ନିଜ ନିର୍ବାଚନ କ୍ଷେତ୍ରରେ ଉଚିତ ପ୍ରାର୍ଥୀଙ୍କୁ ବାଛନ୍ତୁ। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ସବୁବେଳେ ଠିକ୍‌‌ ଲୋକ କ୍ଷମତାକୁ ଆସିବେ ଏବଂ ଦେଶର ଉପଯୁକ୍ତ ବିକାଶ ହୋଇପାରିବ।

- Advertisement -

ସେହିପରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଜ ମା’ ସୋନିଆ ଗାନ୍ଧୀଙ୍କ ସହିତ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇଛନ୍ତି। ପ୍ରିୟଙ୍କ ଗାନ୍ଧୀ ଭଦ୍ରାଙ୍କ ପୁଅ ରେହାନ ରାଜୀବ ଭଦ୍ରା ଏବଂ ମିରାୟା ଭଦ୍ରା ମଧ୍ୟ ଭୋଟ ଦେଇଛନ୍ତି।

ଏହା ବ୍ୟତୀତ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଦିଲ୍ଲୀର ଏକ ମତଦାନ କେନ୍ଦ୍ରରେ ଶନିବାର ସକାଳେ ଭୋଟ ଦେଇଛନ୍ତି। ଆପ୍‌‌ ସାଂସଦ ସ୍ୱାତୀ ମାଲିୱାଲ, ପୂର୍ବତନ କ୍ରିକେଟର ତଥା ସାଂସଦ ଗୌତମ ଗାମ୍ଭୀର ପ୍ରମୁଖ ମଧ୍ୟ ନିଜ ମତଦାନ କରିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories