www.samajalive.in
Saturday, December 6, 2025
16.1 C
Bhubaneswar

ମନ୍ଥର ଗତିରେ ଚାଲିଛି ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାର୍ଯ୍ୟ

ହରଭଙ୍ଗା : ପଶ୍ଚିମ ଓଡିଶାର ଲାଇଫଲାଇନ କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ମନ୍ଥରଗତିରେ ଚାଲିଛି ।ଚାରିଛକ- ହରଭଙ୍ଗା ପୂର୍ତ୍ତ ବିଭାଗ ରାସ୍ତାକୁ ରେଳପଥ ଅତିକ୍ରମ କରୁଥିବାରୁ କଂରଜକଟା ନିକଟରେ ଏହାର ଓଭର ବ୍ରିଜ କାର୍ଯ୍ୟ ଚାଲୁ ରହିଛି। ରେଳପଥ ଠିକାଦାର ଦୀର୍ଘ ଦିନ ଧରି ଓଭରବ୍ରିଜ ପାଇଁ ପିଲାର ଷ୍ଟ୍ରକଚର ନିର୍ମାଣ କରିଥିବା ଦେଖିବାକୁ ମିଳିଛି। ମାତ୍ର ପିଲାର ଢଳେଇ କାର୍ଯ୍ୟ ସମ୍ପୂର୍ଣ୍ଣରେ ଅହେତୁକ ବିଳମ୍ବ ଯୋଗୁଁ ଅଧିକାଂଶ ପିଲାର ଷ୍ଟ୍ରକଚର ଲୁହାଛଡ ବଙ୍କା ହେବା ସହିତ ପିଲାର ନିର୍ମାଣରେ ବ୍ୟତିକ୍ରମ ଦେଖାଦେଇଛି। ଯାହାଫଳରେ ପିଲାର ଷ୍ଟ୍ରକଚର ବଙ୍କା ହେବା ଫଳରେ ଆଗକୁ ଢଳେଇ କରାଗଲେ ଫାଟ ସୃଷ୍ଟିହେବା ଯଥେଷ୍ଟ ଆଶଙ୍କା ରହିଛି। କେଉଁ କାରଣରୁ ପିଲାର ଢଳେଇ କାର୍ଯ୍ୟ ବିଳମ୍ବ ହେଉଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ତୁରନ୍ତ ଏ ଦିଗରେ ରେଲୱେ ଉଚ୍ଚ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି। ପ୍ରକାଶ ଯେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପରେ ବୌଦ୍ଧ, ସୋନପୁର, ନୟାଗଡ ଭଳି ତିନୋଟି ଜିଲ୍ଲାବାସୀଙ୍କ ଦୀର୍ଘ ୩୭ ବର୍ଷର ସ୍ୱପ୍ନ ପୂରଣ ହେବାକୁ ଯାଉଛି। ରେଳପଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଥିବା ବେଳେ ସୁଡଙ୍ଗ ନିର୍ମାଣ ପାଇଁ ଅଧିକ ସମୟସାପେକ୍ଷ କାର୍ଯ୍ୟ ଯୋଗୁଁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଯୋଗ ପାଇଁ ହୁଏତ କିଛି ବର୍ଷ ବିଳମ୍ବ ଘଟି ପାରେ। ଗତ ମାର୍ଚ୍ଚ ମାସରେ ସୋନପୁର ପାଶ୍ୱର୍ରୁ ବୌଦ୍ଧକୁ ରେଳପଥ ଛୁଇଁ ସାରିଛି। ଅନ୍ୟପଟେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ନିକଟସ୍ଥ ମାର୍ଦ୍ଦୀଙ୍ଗ ନିକଟରେ ୩୧୭ ମିଟର ରେଲପଥ ସୁଡଙ୍ଗ ନିର୍ମାଣ ଚାଲିଛି। ଗତ ଫେବୃୟାରୀ ୧୪ତାରିଖ ସଫଳତାର ସହ ଏହି ସୁଡଙ୍ଗର ଉଭୟପାଶ୍ୱର୍ ରାସ୍ତା ଖୋଲିଥିବା ଜଣାପଡିଛି। ଯାହାକି ରେଳ ମନ୍ତ୍ରାଳୟ ନିଜ ସୋସିଆଲ ମିଡିଆ ଆକାଉଂଟରେ ସୁଡଙ୍ଗ ନିର୍ମାଣରେ ନିୟୋଜିତ ଇଂଜିନିୟର ଓ ଶ୍ରମିକଙ୍କ ଫଟୋ ଜାରି କରି ଖୁସି ବ୍ୟକ୍ତ କରିସାରିଛି।
ଏଥିରୁ ଜଣାପଡୁଛି ଯେ ସୁଡଙ୍ଗ କାର୍ଯ୍ୟ ମଧ୍ୟ ସଫଳତାର ସହ ଆଗେଇ ଚାଲିଛି। ବହୁତ ଦିନ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଥିବା ବେଳେ ବୌଦ୍ଧବାସୀଙ୍କ ରେଳପଥ ସ୍ୱପ୍ନ ପୂରଣ ହେବାକୁ ଯାଉଛି।

ଦେଖନ୍ତୁ ଭିଡିଓ.. କେଦାରନାଥରେ ଟଳିଲା ବଡ ଅଘଟଣ ; ପାଇଲଟ୍ ବଞ୍ଚାଇଲେ ତୀର୍ଥଯାତ୍ରୀଙ୍କ ଜୀବନ

- Advertisement -

ସୂଚନା ଥାଉ କି ୧୯୮୪-୮୫ ମସିହାରୁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣକଥା ଉଠିଥିଲା। ଉକ୍ତ ରେଳପଥକୁ ନିର୍ମାଣକୁ ନେଇ ବୌଦ୍ଧ-ସୋନପୁର, ନୟାଗଡ ଭଳି ୦୩ଟି ଜିଲ୍ଲାବାସୀଙ୍କ ସ୍ୱପ୍ନ କେବେ ପୂରଣ ହେବ ବୋଲି ନାନା ପ୍ରକାର ଚର୍ଚ୍ଚା ଲାଗି ରହିଥିଲା। ଗତ କିଛି ଦିନ ତଳେ ନୟାଗଡ ଜିଲ୍ଲା ଦଶପଲ୍ଲା ପର୍ଯ୍ୟନ୍ତ ଏବଂ ସୋନପୁର ଜିଲ୍ଲାକୁ ଖୋର୍ଦ୍ଧ-ବଲାଙ୍ଗୀର ରେଳପଥ ସଂଯୋଗ ପରେ ମଝିରେ ରହିଥିବା ବୌଦ୍ଧବାସୀଙ୍କ ରେଳପଥ ସ୍ୱପ୍ନ ପୂରଣ ହେବାରେ ସୁଡଙ୍ଗ ଅନ୍ତରାୟ ସୃଷ୍ଟି କରିଛି। ବୌଦ୍ଧରୁ ଦଶପଲ୍ଲା ପର୍ଯ୍ୟନ୍ତ ମୋଟ ୦୭ ଗୋଟି ସୁଡଙ୍ଗ ନିର୍ମାଣ ହେବ। ଆଡେଣିଗଡଠାରେ ସବୁଠାରୁ ୪.୧୮୫ କି.ମିର ଦୀର୍ଘତମ ସୁଡଙ୍ଗ ନିର୍ମାଣ କାର୍ଯ୍ୟ ଚାଲିଛି। ସେହିପରି ତେଇଶିମାଇଲ ନିକଟରେ ୧.୯୭୫ କି.ମିର ଦ୍ୱିତୀୟ ବୃହତମ ସୁଡଙ୍ଗ ନିର୍ମାଣଧିନ ରହିଛି।ଅନ୍ୟପଟେ ମାର୍ଦ୍ଦୀଙ୍ଗ ନିକଟରେ ଚାଲିଥିବା ଦୁଇଟି ସୁଡଙ୍ଗ ନିର୍ମାଣଧିନ ରହିଛି। ସେଥିରୁ ଗୋଟିଏ ୦.୩୧୭ ଏବଂ ଅନ୍ୟଟି ୦.୩୧୫ ମିଟର ବୋଲି ସୂଚନା ମିଳିଛି। ଆଉ ତିନିଗୋଟି ସୁଡଙ୍ଗ ମାଧପୁର ଠାରୁ ଦଶପଲ୍ଲା ମଧ୍ୟରେ ନିର୍ମାଣଧିନ ରହିଛି।ପ୍ରଥମଥର ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସୁଡଙ୍ଗ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ମାର୍ଦ୍ଦୀଙ୍ଗ ନିକଟସ୍ଥ ୦.୩୧୭ ସୁଡଙ୍ଗର ଉଭୟ ପାଶ୍ୱର୍ରେ ରାସ୍ତା କାର୍ଯ୍ୟ ସଫଳତାର ସହ ଫିଟି ଥିବାରୁ ଏହାର ନିର୍ମାଣ ଦାୟିତ୍ୱରେ ଥିବା ଜି.ଆର. ଈନଫାଷ୍ଟ୍ରକଚର ଲିମିଟେଡକୁ ରେଳମନ୍ତ୍ରଳାୟ ପକ୍ଷରୁ ତାଙ୍କ ଟିମକୁ ଶୁଭେଛା ଜ୍ଞାପନ କରାଯାଇଛି। ସଫଳତାର ରେଳପଥ ସୁଡଙ୍ଗ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଆଉ ଦୁଇବର୍ଷ ମଧ୍ୟରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଯୋଗ ହେବା ଆଶା ଦିଶୁଛି। ଯାହା ଫଳରେ ଅତିଶୀଘ୍ର ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକବାସୀଙ୍କ ରେଳପଥ ସ୍ୱପ୍ନ ପୂରଣ ହେବ ବୋଲି ଆଶା କରାଯାଉଛି।ସୂଚନା ଥାଉକି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଦୂରତା ୨୮୯କିଲୋମିଟର ରହିଛି। ସେଥିରୁ ବୌଦ୍ଧଜିଲ୍ଲାରେ ସର୍ବାଧିକ ୧୧୦ କିଲୋମିଟର ରେଳପଥ ନିର୍ମାଣ ହେବ ବୋଲି ସୂଚନା ମିଳିଛି।

 

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories