www.samajalive.in
Saturday, December 6, 2025
14.1 C
Bhubaneswar

ଓଡିଶା ଆସୁଛନ୍ତି ସ୍ମୃତି ଇରାନୀ: ଆଜି ୩ ଜନସଭାକୁ କରିବେ ସମ୍ବୋଧିତ

ଭୁବନେଶ୍ବର : ରାଜ୍ୟରେ ଚଳିତ ନିର୍ବାଚନକୁ ବିଜେପି ଅଧିକ ଗୁରୁତ୍ବ ଦେଉଛି। ପ୍ରତିଦିନ କେନ୍ଦ୍ରୀୟ ବିଜେପିର ପ୍ରମୁଖ ନେତା ଓ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପ୍ରଚାର ଲାଗି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ସହିତ ଛତିଶଗଡ଼, ଉତ୍ତରପ୍ରଦେଶ, ଆସାମ ମୁଖ୍ୟମନ୍ତ୍ରୀ ଏବଂ ବଲିଉଡ ଡ୍ରିମ୍‌ଗାର୍ଲ ତଥା ସାଂସଦ ପ୍ରାର୍ଥୀ ହେମାମାଳିନୀ ପ୍ରମୁଖ ନିର୍ବାଚନ ପ୍ରଚାରରେ ଆସିଥିବାବେଳେ ଆଜି (ଶନିବାର) କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଶନିବାର ରାଜ୍ୟର ୩ଟି ସ୍ଥାନରେ ଶ୍ରୀମତୀ ଇରାନୀ ନିର୍ବାଚନୀ ସଭାରେ ଯୋଗଦେବେ। ପ୍ରଥମେ ପାରାଦୀପର କୁଜଙ୍ଗରେ ସେ ଜନସଭାରେ ଯୋଗ ଦେବେ। ସେଠାରୁ ଯାଇ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଆଳିରେ ନିର୍ବାଚନୀ ସଭାରେ ଯୋଗଦେବେ। ଏହାପରେ ବାଲେଶ୍ବର ରେମୁଣା‌େ‌ର ଆୟୋଜିତ ହେବାକୁ ଥିବା ଜନସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories