www.samajalive.in
Tuesday, December 9, 2025
16.1 C
Bhubaneswar

ଶାନ୍ତି ପାଇଁ ରାଷ୍ଟ୍ରର ସାର୍ବଭୌମତ୍ବକୁ ଗୁରୁତ୍ବ ଦିଆଯିବା ଉଚିତ: ଜୟଶଙ୍କର

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଶାନ୍ତି ପ୍ରତି​ଷ୍ଠା ସଂକ୍ରାନ୍ତ ଆଲୋଚନା ଶନିବାର ଦୋହାରେ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି ଯେ ଶାନ୍ତି ପ୍ରତିଷ୍ଠା ପାଇଁ କୌଣସି ଦେଶର ସାର୍ବଭୌମତ୍ବକୁ ପ୍ରଥମେ ସମ୍ମାନ ଦିଆଯିବା ଆବଶ୍ୟକ। ଆଫଗାନିସ୍ତାନରୁ ହିଂସା ଦୂର ପାଇଁ ପ୍ରଥମେ ଏହି ରାଷ୍ଟ୍ରର ସାର୍ବଭୌମତ୍ବ ତଥା ଏହାର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବା ଉଚିତ ବୋଲି ଜୟଶଙ୍କର କହିଛନ୍ତି।

ଜୟଶଙ୍କରଙ୍କୁ କ୍ବାତାରର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ମହମ୍ମଦ ବିନ୍‌ ଅବଦୁଲରହମାନ ବିନ୍‌ ଜସିମ ଅଲ୍‌ ଥାନି ନିମନ୍ତ୍ରଣ କରିଥିଲେ। ଏହି ଅବସରରେ ଜୟଶଙ୍କର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ରହିଥିବା ନିବିଡ଼ ସମ୍ପର୍କ ଉପରେ ଆଲୋଚନା କରିଥିଲେ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ସମୟର କଷଟି ପଥରେ ପରୀକ୍ଷିତ ବୋଲି ​‌ସେ କହିବା ସହ ଆଫଗାନିସ୍ତାନର ବିକାଶ କ୍ଷେତ୍ରରେ ଭାରତର ସହଯୋଗ ଉପରେ ଆଲୋକପାତ କରିଥିଲେ। ଏହି ଦେଶ ପ୍ରତି ଭାରତର ନୀତିରେ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି କହିଥିଲେ। ସାର୍ବଭୌମତ୍ବ ସମ୍ପର୍କିତ ଜୟଶଙ୍କରଙ୍କ ମନ୍ତବ୍ୟ ଚୀନ ପ୍ରତି ନିର୍ଦେଶିତ ବୋଲି କୁହାଯାଉଛି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories