www.samajalive.in
Monday, December 8, 2025
14.1 C
Bhubaneswar

ଅସଦାଚରଣ ମାମଲାରେ ଅଭିଯୁକ୍ତକୁ ଜେଲ ଦଣ୍ଡାଦେଶ

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ ରଘୁନାଥପୁରପାଟଣା ଗ୍ରାମର ଯୁବତୀଙ୍କୁ ଅସଦାଚରଣ ମାମଲାର ବିଚାର କରି ଏସଡିଜେଏମ ଅଭିଯୁକ୍ତକୁ ଜେଲ ଓ ଜୋରିମନା ଦଣ୍ଡରେ ଦଣ୍ଡିତ କରି ମଙ୍ଗଳବାର ତାଙ୍କ ରାୟ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଗତ ୨୦୧୫ ନଭେମ୍ବର ୩୦ ତାରିଖରେ ରଘୁନାଥପୁର ପାଟଣା ଗ୍ରାମର ଶିଶିର ବେହେରା ନାମକ ଜଣେ ଯୁବକ ସେହି ଗ୍ରାମର ମାନସ ନାଥଙ୍କ ଘରେ ପଶି କେହି ନଥିବାର ସୁଯୋଗ ନେଇ ତାଙ୍କ ଯୁବତୀ ଝିଅକୁ ଅସଦାଚରଣ କରିବା ସହିତ ମାରଧର କରିଥିଲା । ଏ ସଂପର୍କରେ ଆଠଗଡ ଥାନାରେ ତାଙ୍କ ପରିବାର ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା। ପୁଲିସ ତଦନ୍ତକାରୀ ଅଧିକାରୀ ଘଟଣାର ତଦନ୍ତ କରି ଶିଶିର ବେହେରାଙ୍କ ନାମରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ। ଏସଡିଜେଏମ ଏସ୍‌‌ କୁନମୁନ ଆଚାରୀ ମାମଲାର ବିଚାର କରିବା ସମୟରେ ସମସ୍ତ ସାକ୍ଷ୍ୟ ପ୍ରମାଣ, ପୁଲିସର ଅଭିଯୋଗ ଫର୍ଦ୍ଦ ଏବଂ ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତିକୁ ଗ୍ରହଣ କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏସଡିଜେଏମ ଶ୍ରୀମତୀ ଆଚାରୀ ପ୍ରକାଶ କରିଥିବା ତାଙ୍କ ରାୟରେ ଅଭିଯୁକ୍ତ ଶିଶିରକୁ ବିଭିନ୍ନ ଦଫାରେ ଏକ ବର୍ଷ ଜେଲ ଦଣ୍ଡ ଓ ୨ହଜାର ଟଙ୍କା ଜୋରିମନା ଆଦାୟ କରିବାକୁ ଆଦେଶ ଦେଇଛନ୍ତି । ଜୋରିମନା ଅନାଦେୟ ଅଧିକ ଦୁଇମାସ କାରାଦଣ୍ଡ ଭୋଗିବାକୁ ଉକ୍ତ ଆଦେଶରେ ଉଲ୍ଲେଖ ରହିଛି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଦୀପକ ପ୍ରସାଦ ମାନସିଂହ ଓ ସିଦ୍ଧାର୍ଥ ମହାନ୍ତି ପରିଚାଳନା କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories