www.samajalive.in
Monday, December 15, 2025
14.1 C
Bhubaneswar

କାରାଗାରରେ ମାନସିକ ରୋଗୀଙ୍କର ହେବ ସ୍ୱତନ୍ତ୍ର ଚିକିିତ୍ସା : ଜେଲ ଡିଜି ମନୋଜ ଛାବ୍ରା

ଚୌଦ୍ୱାର : ରାଜ୍ୟର ବିଭିନ୍ନ କାରାଗାରରେ ମାନସିକ ରୋଗରେ ପୀଡ଼ିତ କଏଦୀ ମାନଙ୍କର ସ୍ୱତନ୍ତ୍ର ଚିକିତ୍ସା ପାଇଁ ଜେଲ ବିଭାଗ ତରଫରୁ ସ୍ୱତନ୍ତ୍ର ପଦକ୍ଷେପ ଆରମ୍ଭ କରାଯାଇଛି। କାରାଗାରରେ ରହୁଥିବା କଏଦୀ ପୁର୍ବରୁ ହେଉ ଅବା କାରାଗାରକୁ ଆସି ବିଭିନ୍ନ ପ୍ରକାର ମାନସିକ ରୋଗରେ ଆକ୍ରାନ୍ତ ହୋଉଥିବା ଦୃଷ୍ଟିରୁ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଓ ପରାମର୍ଶ ପ୍ରଦାନ କରାଯାଇ ସୁସ୍ଥ କରିବା ଏବଂ ସେମାନଙ୍କ ମାନସିକ ସନ୍ତୁଳନକୁ ବଜାୟ ରଖିବା ପାଇଁ ବିଭିନ୍ନ ଦିଗରୁ ପ୍ରୟାସ କରାଯିବ ବୋଲି ଜେଲ ଡିଜି ମନୋଜ ଛାବ୍ରା ସୂଚନା ଦେଇଛନ୍ତି । ଚୌଦ୍ୱାର ମଣ୍ଡଳ କାରାଗାର ପରିସରରେ ବୁଧବାର ଦିନ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଓ ମନସ୍ତତ୍ୱବିତ୍ ମାନଙ୍କୁ ନେଇ ଅନୁଷ୍ଠିତ କର୍ମଶାଳାରେ ଡିଜି ଶ୍ରୀ ଛାବ୍ରା ଅତିଥି ଭାବେ ଯୋଗଦେଇ ବିଶେଷଜ୍ଞ ଡାକ୍ତର ଓ ମନସ୍ତତ୍ୱବିତ୍ ମାନଙ୍କ ସହିତ ବିଭିନ୍ନ ପରାମର୍ଶ କରିଥିଲେ । ପରେ ସେ ସୂଚନା ଦେଇଥିଲେ ଯେ ମାନସିକ ରୋଗୀଟିକୁ ଉପଯୁକ୍ତ ଚିକିତ୍ସା ଓ ପରାମର୍ଶ ପ୍ରଦାନ କଲେ ସେ ଭବିଷ୍ୟତରେ ଜଣେ ସୁସ୍ଥ ମସ୍ତିଷ୍କ ସମ୍ପନ୍ନ ବ୍ୟକ୍ତ ଭାବେ ସମାଜରେ ନିଜର ପରିଚୟ ସୃଷ୍ଟି କରିପାରିବ। ଓଡିଶାରେ ଥିବା ବିଭିନ୍ନ କାରାଗାରରେ ଏଭଳି ରୋଗୀଙ୍କ ସଂଖ୍ୟା ଅଧିକ ଥିବା ଓ ଏହି ସଂଖ୍ୟା କ୍ରମେ କ୍ରମେ ବଢ଼ୁଥିବା ବେଳେ ସେମାନଙ୍କ ଚିକିତ୍ସା ପାଇଁ ଡାକ୍ତର ଓ ମନସ୍ତତ୍ୱବିତଙ୍କ ଅଭାବ ଥିବା ବେଳେ ଦୀର୍ଘଦିନ ପରେ ୨୭ଜଣ ଅଭିଜ୍ଞ ଡାକ୍ତର ଓ ମନସ୍ତତ୍ୱବିତଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ମାନସିକ ରୋଗ ଡାକ୍ତର ଓ ମନସ୍ତତ୍ୱବିତ୍ ମାନେ ଆସନ୍ତା ମେ ମାସରୁ ରାଜ୍ୟର ବିଭିନ୍ନ କାରାଗାରକୁ ଯାଇ ମାନସିକ ରୋଗରେ ପୀଡ଼ିତ କଏଦୀ ମାନଙ୍କର ଚିକିତ୍ସା କରିବେ ବୋଲି ସେ ସୂଚନା ଦେଇଥିଲେ। ଜେଲ ଅଧିକ୍ଷକ ପ୍ରଦୀପ୍ତ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନାରେ ଅନୁଷ୍ଠିତ ଏହି କର୍ମଶାଳାରେ ଜେଲର ବିଭେନ୍ଦୁ ଭୁୟାଁଙ୍କ ସମେତ କଟକ ବଡମେଡିକାଲର ଡା.ଅଜୟ ମିଶ୍ର, ଡା. ଯଶୋବନ୍ତ ମହାପାତ୍ର, ଡା.ଏଲ.ଏସ୍.ମହାପାତ୍ର ଓ ଡା. ଅନୁରାଧା ମହାପାତ୍ର ପ୍ରମୁଖ ଯୋଗଦେଇ ମାନସିକ ରୋଗ ଚିକିତ୍ସା ସମ୍ପର୍କିତ ବିଭିନ୍ନ ଯୋଜନା ଓ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା କରିବା ସହିତ କାରାଗାରର ମାନସିକ ରୋଗୀ ମାନଙ୍କ ସହିତ ଭାବର ଆଦାନ ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories