www.samajalive.in
Monday, December 15, 2025
16.1 C
Bhubaneswar

ଭାରତୀୟ ମଜଦୁର ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବିପତ୍ର ପ୍ରଦାନ

ନବରଙ୍ଗପୁର : ଭାରତୀୟ ମଜଦୁର ସଂଘ, ନବରଙ୍ଗପୁର ଜିଲା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ମାଝୀଗୁଡାଛକରୁ ଏକ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟଫାଟକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ସହକାରୀ ଜିଲାପାଳ ନିର୍ମଳ କୁମାର ନାୟକ ଆସି ଦାବିପତ୍ର ଗ୍ରହଣ କରିଥିଲେ। ୪ଟି ଦାବି ମଧ୍ୟରେ ଦେଶର ସମସ୍ତ ଶ୍ରମିକବର୍ଗଙ୍କୁ ସାମାଜିକ ସୁରକ୍ଷା ଅନ୍ତର୍ଗତ ସମସ୍ତ ସୁବିଧା ଉପଲବ୍ଧ କରାଯିବା, ଠିକାପ୍ରଥାର ଅନ୍ଧଅନୁକରଣ ଉପରେ ନିୟନ୍ତ୍ରଣ ସହିତ ଠିକା ଶ୍ରମ ( ପ୍ରତିରୋଧ ଓ ନିୟମିତକରଣ)ଅଧିନିୟମ-୧୯୭୦ର ଆବଶ୍ୟକ ସଂଶୋଧନ କରାଯିବା, ଦେଶର ଆର୍ଥିକ ବିକାଶ ନିମିତ୍ତ ଜାତୀୟ ଶ୍ରମ ନୀତି ପ୍ରସ୍ତୁତ କରିବା ଓ ସର୍ବନିନମ୍ନ ମଜୁରୀ ବଦଳରେ ଜୀବିକା ଆଧାରିତ ମଜୁରୀ ନିର୍ଦ୍ଧାରଣ କରିବାକୁ ଦାବି କରାଯାଇଛିି।

ଏହି ଦାବି ପତ୍ରର ନକଲ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ସେହିପରି ଜିଲା ଅଙ୍ଗନୱାଡି ସଂଘର ୮ଦଫା ଦାବି ଓ ଜିଲା ଆଶାକର୍ମୀ ସଂଘର ୭ଦଫା ଦାବି ପ୍ରଦାନ କରାଯାଇଛ । ଏଥିରେ ଭାରତୀୟ ମଜଦୁର ସଂଘ ଅଧିନରେ ଥିବା ଅଙ୍ଗନୱାଡି ସଂଘ, ଆଶାକର୍ମୀ ସଂଘ, ନିର୍ମାଣ ଶ୍ରମିକ ସଂଘ, ସ୍ୱାବଲମ୍ବୀ କାରିଗର ସଂଘର କାର୍ଯ୍ୟକର୍ତ୍ତା ପ୍ରମୂଖ ଯୋଗ ଦେଇଥିଲେ। ମଜଦୁର ସଂଘର ଜିଲା ଉପଦେଷ୍ଠା ପରମେଶ୍ୱର ବିଷୋୟୀ, ଜିଲା ସଭାପତି ବାଙ୍କ ବିହାରୀ ବିଷୋୟୀ, ଜିଲା ଅଙ୍ଗନୱାଡି ସଂଘ ସଭାନେତ୍ରୀ ଭାଗ୍ୟବତୀ ଷଡଙ୍ଗୀ, ସମ୍ପାଦିକା ସଂନ୍ଧ୍ୟାରାଣୀ ବିଶ୍ୱାଳ, କୋଷାଧ୍ୟକ୍ଷା ମମତା ବ୍ରହ୍ମା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସବିତା ନାୟକ, ଜିଲା ଆଶାକର୍ମୀ ସଂଘର ସଭାନେତ୍ରୀ ଗୀତାଞଳୀ ହରିଜନ, ସମ୍ପାଦିକା ଝୁନୁ ପଣ୍ଡା, କୋଠାବାଡୀ ସଂଘର ସମ୍ପାଦକ ରାମ ବିଷୋୟୀ, ସ୍ୱାବଲମ୍ବୀ ସଂଘର ଗୋବିନ୍ଦ ମିର୍ଗାନ ଓ ମୋତିରାମ ଦାସ ପ୍ରମୂଖ ନେତୃତ୍ୱ ନେଇଥିଲେ।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories