www.samajalive.in
Sunday, December 14, 2025
17.1 C
Bhubaneswar

ଘୁଟୁର-କେନ୍ଦୁଝରଗଡ ଷ୍ଟେସନ ରାସ୍ତା ମରଣଯନ୍ତା

କେନ୍ଦୁଝରଗଡ଼ : କେନ୍ଦୁଝର ସହର ଉପକଣ୍ଠ ଘୁଟୁର ଛକ ଠାରୁ କେନ୍ଦୁଝରଗଡ ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ମରଣଯନ୍ତା ପାଲଟିଥିବାରୁ ଗ୍ରୀଷ୍ମ ଋତୁରେ ମଧ୍ୟ ସାମାନ୍ୟ ବର୍ଷା ହେଲେ ଉକ୍ତ ରାସ୍ତା ଦେଇ ଯାତାୟାତ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇ ପଡିଛି । ଏହି ରାସ୍ତା ଦେଇ ଦୈନିକ ଶହ ଶହ ରେଳ ଯାତ୍ରୀ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଯାତାୟାତ କରୁଥିବା ବେଳେ ବିପର୍ଯ୍ୟସ୍ତ ରାସ୍ତା ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘୁଟୁର ଛକ ଠାରୁ କେନ୍ଦୁଝରଗଡ ରେଳ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ଜାତୀୟ ରାଜପଥକୁ ସଂଯୋଗ କରିବା ସହ ପ୍ରମୁଖ ରାସ୍ତା ହୋଇଥିବା ବେଳେ ରେଳ ବିଭାଗ ଅଧିନରେ ଥିବା ଏହି ରାସ୍ତାର ମରାମତି କାର୍ଯ୍ୟ ରେଳବିଭାଗ କ’ଣ ପାଇଁ କରୁନାହିଁ ସେ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଉକ୍ତ ରାସ୍ତା ମରାମତି ଓ ଉନ୍ନତିକରଣ ପାଇଁ ସ୍ଥାନୀୟ ସରପଞ୍ଚଙ୍କ ସମେତ ଘୁଟୁର ଗ୍ରାମବାସୀ ରେଳ ବିଭାଗ ଅଧିକାରୀଙ୍କୁ ବହୁବାର ଲିଖିତ ଅନୁରୋଧ କରି ଆସୁଥିଲେ ହେଁ ରେଳ କର୍ତ୍ତୃପକ୍ଷ କର୍ଣ୍ଣପାତ ନକରିବା ପରୋକ୍ଷରେ ସ୍ଥାନୀୟ ଗ୍ରାମବାସୀଙ୍କୁ ଆନ୍ଦୋଳନ ପାଇଁ ବାଧ୍ୟ କରୁଛି ବୋଲି ମଣ୍ଡୁଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଭାଗିରଥୀ ନାଏକ କ୍ଷୋଭର ସହ କହିଛନ୍ତି । ଆଗାମୀ ବର୍ଷା ଋତୁ ପୂର୍ବରୁ ଉକ୍ତ ରାସ୍ତା ମରାମତି କାର୍ଯ୍ୟ କରାନଗଲେ ଗ୍ରାମବାସୀ ବାଧ୍ୟ ହୋଇ ୪୯ନଂ ଜାତୀୟ ରାଜପଥକୁ ଅବରୋଧ କରି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବୁ ବୋଲି ପୂର୍ବତନ ସରପଞ୍ଚ ଶ୍ରୀ ନାଏକ ଚେତାବନୀ ଦେଇଛନ୍ତି ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories