www.samajalive.in
Monday, December 15, 2025
16.1 C
Bhubaneswar

ରାଷ୍ଟ୍ରୀୟ ନବବର୍ଷ ଅବସରରେ ଆରମ୍ଭ ହେଲା ‘ଜାଗୃତି ମହୋତ୍ସବ’

ପିପିଲି:ପିପିଲିର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ପକ୍ଷରୁ ସ୍ଥାନୀୟ ବଜାର ମେଳଣ ପଡିଆ ଠାରେ ତ୍ରୟୋଦଶ ଜାଗୃତି ମହୋତ୍ସବ-୨୦୨୨ ଶନିବାର ସଂନ୍ଧ୍ୟାରେ ସମାରୋହରେ ଉଦ୍‍ଘାଟିତ ହୋଇଯାଇଛି। ଏହି ଅବସରରେ ପରିବେଶିତ ଜାଗୃତି ନୃତ୍ୟ ନାଟିକାରେ ଦର୍ଶକମାନେ ବିଭୋର ହୋଇଯାଇଥିଲେ। ପବିତ୍ର ରାଷ୍ଟ୍ରୀୟ ନବବର୍ଷ ଅବସରରେ ଆରମ୍ଭ ହୋଇଥିବା ଏହି ଦୁଇଦିନିଆ ମହୋତ୍ସବର ଉଦ୍‍ଘାଟନୀ ଉତ୍ସବରେ ସଂଗଠନର ସଭାପତି ସମାଜସେବୀ ପ୍ରଭାତ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ କାନାଡା ବ୍ୟାଙ୍କର ନିର୍ଦ୍ଦେଶକ ଦିବାକର ହରିଚନ୍ଦନ, ମୁଖ୍ୟବକ୍ତା ଭାବେ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ସୁଦର୍ଶନ ଦାସ, ଅନ୍ୟତମ ଅତିଥି ଭାବେ ଆଇନଜୀବୀ ଜାଗୃତି ପଣ୍ଡା ମହାରଥୀ, ଶିକ୍ଷାବିତ୍‍ ମାୟାଧର ସାହୁ, ସିନେ କଳାକାର ବିରେନ ମିଶ୍ର, ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱନୀ ନନ୍ଦ ପ୍ରମୁଖ ଯୋଗଦେଇ ଭାରତୀୟ ନବବର୍ଷର ମହତ୍ତ୍ୱ ସଂପର୍କରେ ଆଲୋକପାତ କରିବା ସହ ଓଡିଆ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସଂପର୍କରେ ଆଲୋକପାତ କରିଥିଲେ।

ସଂଗଠନର ସଂପାଦକ ବିଭୂନି ଚନ୍ଦ୍ର ସାମନ୍ତରାୟ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଂଯୋଜକ ବାପୁ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭା ପ୍ରାରମ୍ଭରେ ପିପିଲି ମହାବିଦ୍ୟାଳୟର ସଙ୍ଗୀତ ଅଧ୍ୟାପକ ଡ଼ଃ ସଚ୍ଚିକାନ୍ତ ନାୟକଙ୍କ ନିର୍ଦ୍ଦେଶନାରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ଏହି ଅବସରରେ କେତେକ ବ୍ୟକ୍ତି ବିଶେଷଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। ଶେଷରେ ବିକାଶ କୁମାର ଅଗ୍ରୱାଲା ଧନ୍ୟବାଦ ଅର୍ପଣ କରିଥିଲେ। କଣ୍ଠଶିଳ୍ପୀ ନେହା ନେହାରିକାଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା। ପରେ ଓଡିଶୀ, ସମ୍ବଲପୁରୀ ନୃତ୍ୟ, ଜାଗୃତି ନୃତ୍ୟ ନାଟିକା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ଉପଦେଷ୍ଟା ଇଂ. ରମେଶ ଚନ୍ଦ୍ର ଶତପଥି, ରଘୁନାଥ ଜେନା, ବାମଦେବ ମିଶ୍ର, କୋଷାଧ୍ୟକ୍ଷ ମାନସ ମହାପାତ୍ର, ବରିଷ୍ଠ ସଦସ୍ୟ ସଂପଦ କୁମାର ମହାପାତ୍ର, ପ୍ରଫୁଲ କୁମାର ସାହୁ, ପ୍ରଫୁଲ୍ଲ କୁମାର ଦାସ, ଅଶୋକ କୁମାର ସାହୁ, ପ୍ରଭାତ ବେହେରା, ଚନ୍ଦନ ମହାନ୍ତି, ସୁଶିଲ ମିଶ୍ର, ଜୀବନଜୟ ରାଉତରାୟ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories