୨ ଦୁଷ୍କର୍ମୀଙ୍କୁ ୨୦ ବର୍ଷ ଜେଲ, ପୀଡ଼ିତାଙ୍କୁ ୧୦ଲକ୍ଷ କ୍ଷତି ପୂରଣ ଦେବାକୁ ନିର୍ଦେଶ
ଜଗତସିଂହପୁର: ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଜଣ ଦୁଷ୍କର୍ମୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ୨୦୧୬ ତିର୍ତ୍ତୋଲ ଥାନା ଅଞ୍ଚଳ ଗଣଦୁଷ୍କର୍ମ ମାମଲାରେ ଦଣ୍ଡାଦେଶ ହୋଇଛି। ଦୋଷୀ ଅକ୍ଷୟ ନାୟକ ଓ ପ୍ରଭାତ ମଲ୍ଲିକଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ୩୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କୁହାଯାଇଛି। ଏହି ବହୁ ଚର୍ଚ୍ଚିତ ମାମଲାର ଦଣ୍ଡାଦେଶ ଶୁଣାଇଛନ୍ତି ଜଗତସିଂହପୁର ପୋକ୍ସୋ କୋର୍ଟ। ପୀଡ଼ିତାଙ୍କୁ ୧୦ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଜିଲା ଆଇନ ସେବା ପ୍ରାଧୀକରଣକୁ ନିର୍ଦେଶ ଦିଆଯାଇଛି। ଝଡ଼ାଫୁଙ୍କା ବାହାନାରେ ଅକ୍ଷୟ ଓ ସହଯୋଗୀ ପ୍ରଭାତ ନାବାଳିକାକୁ ଡାକି ନେଇ ଦୁଷ୍କର୍ମ କରିଥିଲେ।
Comments are closed.