www.samajalive.in
Sunday, December 14, 2025
19.1 C
Bhubaneswar

ଦୀର୍ଘଦିନର ସ୍ୱପ୍ନ ପୂରଣ: ଶ୍ରୀଜଗନ୍ନାଥ ମନ୍ଦିର ରତ୍ନମୁଦ ସମ୍ପୂର୍ଣ୍ଣ, ଅଞ୍ଚଳରେ ଖୁସିର ଲହରୀ

ଲାଞ୍ଜିଗଡ଼଼: ଲାଞ୍ଜିଗଡ଼ ସହରବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି। ୨୦୧୪ ମସିହାରୁ ନିର୍ମାଣ ହେଉଥିବା ଲାଞ୍ଜିଗଡ଼ ସହରର ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନମୁଦ ଆଜି ସମ୍ପୂର୍ଣ୍ଣ ହୋଇଛି। ଏଥିପାଇଁ ଲାଞ୍ଜିଗଡ଼ ସହରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ସାଙ୍ଗକୁ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ମଧ୍ୟ ରତ୍ନମୁଦ ପୁର୍ଣ୍ଣାଙ୍ଗ ହୋଇଛି। ଶ୍ରୀ ହରିହର ସାଂସ୍କୃତିକ ଅନୁଷ୍ଠାନ ଓ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପ୍ରଚେଷ୍ଟାରେ ଆଜି ସମ୍ପୂର୍ଣ୍ଣ ହେବାକୁ ବସିଛି ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର। ଏଥିପାଇଁ ଲାଞ୍ଜିଗଡ଼ର ଶିଳ୍ପାନୁଷ୍ଠାନ ବେଦାନ୍ତ ଆଲୁମିନା ଲିଃ, ସାଂସଦ ଓ ବିଧାୟକଙ୍କ ଅନେକ ଅନୁଦାନ ପାଇଁ ଏହି ଭବ୍ୟ ମନ୍ଦିର ଗଢିଉଠି ଲାଞ୍ଜିଗଡ଼ର ଶୋଭାବର୍ଦ୍ଧନ କରୁଛି। ଲାଞ୍ଜିଗଡ଼ ସହର ମଧ୍ୟରେ ଥିବା ଏହି ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନମୁଦ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ ଜମିଥିଲା ଲାଞ୍ଜିଗଡ଼ ସହରରେ। ଯେହେତୁ ଅଞ୍ଚଳବାସୀଙ୍କ ସ୍ୱପ୍ନ ଥିଲା ଲାଞ୍ଜିଗଡ଼ରେ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ। ଆଜି ଏହି ରତ୍ନମୁଦ ଉତ୍ସବରେ ସାରା ଲାଞ୍ଜିଗଡ଼ ସହର ଉତ୍ସବ ମୁଖର ହୋଇପଡ଼ିଥିଲା।

ଶଙ୍ଖ, ଘଣ୍ଟ, କରତାଳରେ ପ୍ରକମ୍ପିତ ହୋଇଥିଲା ସାରା ଲାଞ୍ଜିଗଡ଼ ସହର। ଆଜକୁ ତିନିଦିନ ଧରି ପୂଜାର୍ଚ୍ଚନା ହେବା ପରେ ରତ୍ନମୁଦ ଉତ୍ସବ ସମ୍ପୂର୍ଣ୍ଣ ହୋଇଛି। ଲାଞ୍ଜିଗଡ଼ ରାଜା ସୁରେନ୍ଦ୍ର ପ୍ରତାପ ସିଂଦେଓ ଓ ତାଙ୍କ ଧର୍ମପତ୍ନୀ ଗୌରୀସ୍ୱପ୍ନା ସିଂଦେଓ ଏଥିରେ କର୍ତ୍ତାଭାବେ ପୁଜାର୍ଚ୍ଚନାରେ ଯୋଗଦେଇ ପ୍ରଥମ ଅଖିମୁଠି ମନ୍ଦିର ମୁଣ୍ଡିରେ ଦେଇଥିଲେ। ପରେ ଲାଞ୍ଜିଗଡ଼ ସହରର ଆବାଳ ବୃଦ୍ଧ ବନିତା ମନ୍ଦିରର ମୁଣ୍ଡିରେ ବିଭିନ୍ନ ପ୍ରକାର ଶସ୍ୟ, ଅଷ୍ଟଧାତୁ ଓ ରତ୍ନ ପକାଇ ପୁଣ୍ୟ ଅର୍ଜନ କରିଥିଲେ। ଏହି ରତ୍ନମୁଦ ଉତ୍ସବରେ ସହକର୍ତ୍ତା ଭାବେ ବେଦାନ୍ତ ସିଇଓ ଗୋବିନ୍ଦ ଗୋପାଲ ପାଲ ଓ ତାଙ୍କ ଧର୍ମପତ୍ନୀ ଶ୍ରଦ୍ଧା ପାଲ, ଯୁଧିଷ୍ଠୀର ପାତ୍ର ଓ ତାଙ୍କ ଧର୍ମପତ୍ନୀ ରଶ୍ମୀତା ପାତ୍ର ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ। ଏହି ରତ୍ନମୁଦ ଉତ୍ସବରେ ମୁଖ୍ୟ ପୁଜକ ଭାବେ ଅନନ୍ତ ରଥ ଓ ତାଙ୍କ ସହଯୋଗୀ ପୁଜାର୍ଚ୍ଚନା କରିଥିବା ବେଳେ।ହରିହର ସାଂସ୍କୃତିକ ଅନୁଷ୍ଠାନ ଓ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର ପ୍ରତାପ ସିଂଦେଓ, ସମ୍ପାଦକ ଚନ୍ଦ୍ରଦ୍ୱଜ ପେସନିଆ, କୋଷାଧ୍ୟକ୍ଷ କାମରାଜ ଦଳବେହେରା ପରିଚାଳନା କରିଥିବା ବେଳେ ଏହି ରତ୍ନମୁଦ ଉତ୍ସବରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜିବ କୁମାର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ପରିକ୍ଷିତ ନାଏକ, ସମାଜସେବି ହରିଶ୍ଚନ୍ଦ୍ର ପାତ୍ର, ଲାଞ୍ଜିଗଡ଼ ପୁର୍ବତନ ବିଧାୟକ ଶିବାଜି ମାଝୀ, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ବେଦାନ୍ତ ସିଏସ୍‍ଆର ମୁଖ୍ୟ ବିଭୁଦେନ୍ଦୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପୁଣ୍ୟ ଅର୍ଜନ କରିଥିଲେ। ଏହି ଉତ୍ସବରେ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ, ସୁବାସ ମହାପାତ୍ର, ସୁବାସ ଅଗ୍ରୱାଲ, ନରେନ୍ଦ୍ର ପଟ୍ଟନାୟକ, ଶ୍ରୀମୁଖ ଅଗସ୍ତି, ଅଶୋକ ପଟ୍ଟନାୟକ, ଭଗବାନ ହୋତା, ଟୁକୁନା ମହାରଣା ତଥା ଲାଞ୍ଜିଗଡ଼ ଯୁବକସଂଘ ଓ ସ୍ୱେଚ୍ଛାସେବି ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଏହି ରତ୍ନମୁଦ ଉତ୍ସବରେ ସହଯୋଗ କରି ପୁଣ୍ୟ ଅର୍ଜନ କରିଥିଲେ। ଏଥିପାଇଁ ଅନ୍ନଛତ୍ରର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories