ଓଡିଶା ଫେରିବେ ଜଗା କାଳିଆ !

0

ନୂଆଦିଲ୍ଲୀ:  ଭାରତୀୟ ଆର୍ୟୁ ବିଜ୍ଞାନ ଓ ଗବେଷଣା କେନ୍ଦ୍ରରେ ଜୋଡା ମୁଣ୍ଡ ଶିଶୁ ଜଗା କାଳିଆଙ୍କର ସଫଳ ଅସ୍ତ୍ରୋପଚାର ପରେ ଏବେ ସେମାନେ ଓଡିଶା ଫେରିବାର ଆଶା ଉଜ୍ଜିବୀତ ହୋଇଛି ।   ଅସ୍ତ୍ରୋପଚାର ପରେ  ମୁଣ୍ଡ ଅଲଗା ହୋଇଥିବା ଯାଁଳା ଭାଇ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟିଥିବାବେଳେ ମାର୍ଚ୍ଚ ପ୍ରଥମ ସପ୍ତାହରେ ସେମାନେ ଓଡ଼ିଶା ଫେରିବେ ବୋଲି ଜଣାପଡିଛି। ସୋମବାରରେ  ଓଡିଶାରରୁ ଯାଇଥିବା ୫ ଜଣ ଡାକ୍ତରୀ ବିଶେଷଜ୍ଞ ଦଳ ଜଗା କାଳିଆଙ୍କର ସ୍ୱାସ୍ଥ୍ୟବସ୍ଥାକୁ ଯାଞ୍ଚ କରିବେ ।

ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ପକ୍ଷରୁ ଜଗା ଓ କାଳିଆର ଅଧିକ ସୁରକ୍ଷା ତଥା ସଂକ୍ରମଣ ରୋକିବା ଲାଗି ଯେଉଁ ଦୁଇଟି ସ୍ୱତନ୍ତ୍ର ହେଲମେଟ୍‌ ପ୍ରସ୍ତୁତ କରାଯାଇଥିଲା ସେଥିରୁ ଜଗାକୁ ଗୋଟିଏ ହେଲ୍‌ମେଟ୍‌ ଗୁରୁବାର ପିନ୍ଧାଯାଇଛି।

ଜଟିଳ ତଥା ଦୀର୍ଘକାଳୀନ ଅସ୍ତ୍ରୋପଚାର ପରେ ଉଭୟ ଶିଶୁଙ୍କ ମୁଣ୍ଡକୁ ଅଲଗା କରାଯିବା ପରେ ସେମାନଙ୍କ ଖପୁରୀକୁ ପ୍ରତିରୋପଣ କରାଯାଇଥିଲା। ସେଥିରେ ପ୍ଲାଷ୍ଟିକ୍‌ ସର୍ଜରୀ ମଧ୍ୟ ହୋଇଥିଲା। ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିଥିଲେ ମଧ୍ୟ ଖପୁରୀ ଏତେଟା ଶକ୍ତ ତଥା ସୁସ୍ଥ ନାହିଁ। ତେଣୁ ଏହାକୁ ସୁରକ୍ଷା ଦେବା ଓ ସଂକ୍ରମଣରୁ ରୋକିବା ଲାଗି ଏମ୍ସ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଧରଣର ହେଲ୍‌ମେଟ୍‌ ପ୍ରସ୍ତୁତ କରାଯାଇଥିଲା।

ଅନ୍ୟପକ୍ଷରେ ଉଭୟ ଶିଶୁ ଏବେ ସଂପୂର୍ଣ୍ଣ ବିପଦମୁକ୍ତ ରହିଛନ୍ତି। ତେବେ ସେମାନଙ୍କୁ ଆଉ କିଛି ଦିନ ଅନୁଧ୍ୟାନରେ ରଖିବା ଲାଗି ଭୁବନେଶ୍ୱର ଏମ୍ସ ପଠାଯିବ। ଜଗା-କାଳିଆଙ୍କୁ ମାର୍ଚ୍ଚ ପ୍ରଥମ ସପ୍ତାହରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯିବା ହସ୍ପିଟାଲ ସୂତ୍ରରୁ ଜଣାପଡିଛି। ପ୍ରକାଶଥାଉକି, ଗତବର୍ଷ ଅକ୍ଟୋବର ୨୫ ଓ ୨୬ ତାରିଖ ଦୁଇଦିନ ଧରି ପ୍ରାୟ ୨୨ ଘଣ୍ଟାର ଜଟିଳ ଅସ୍ତ୍ରୋପଚାର କରାଯାଇ ଜଗା-କାଳିଆଙ୍କ ଯୋଡ଼ାମୁଣ୍ଡକୁ ଅଲଗା କରାଯାଇଥିଲା।

Leave A Reply