www.samajalive.in
Sunday, December 14, 2025
17.1 C
Bhubaneswar

ଲଉଡି ଉତ୍ସବକୁ ଅଧିକ ଲୋକାଭିମୁଖି କରିବା ପାଇଁ ଅଣ୍ଟା ଭିଡିଲା ଯାଦବ ସମାଜ

ଗୁରୁଡିଝାଟିଆ : ଲଉଡି ଖେଳର ପ୍ରଚାର ଓ ପ୍ରସାର ମାଧ୍ୟମରେ ସମାଜରେ ଭାଇଚାରା ,ବନ୍ଧୁତ୍ୱ,ସର୍ବୋପରି ସମସ୍ତଙ୍କ ଭିତରେ ସଂପ୍ରିତି ଆଣିଦେବା ପାଇଁ ନଅବେଢା ଓ ନଦୀକୂଳ ଯାଦବ ସମାଜ ଅଣ୍ଟା ଭିଡିଛି । ଆଗାମୀ ଦିନରେ ଉଭୟ ଯାଦବ ସମାଜ ମିଳିତ ହୋଇ ଆଠଗଡ ନିର୍ବାଚନ ମଣ୍ଡଳୀ ସହିତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଲଉଡି ଖେଳ ପ୍ରଚାର ମାଧ୍ୟମରେ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିବେ । ଏଥିପାଇଁ ଗୁରୁଡିଝାଟିଆ ଡାକବଙ୍ଗଳା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ନଦୀକୂଳ ଯାଦବ ସମାଜ ପକ୍ଷରୁ ଆୟୋଜିତ ଏହି ବୈଠକରେ ନଦୀକୂଳ ଯାଦବ ସମାଜର ସମସ୍ତ ମୁରବୀ, ଲଉଡିଦଳର ସଦସ୍ୟ ଓ ଯୁବକମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିବା ସହ ଆଠଗଡ ଜୋନ ନଂ-୧ର ଗଣ୍ଡିମାଳ ଯାଦବ ସମାଜ ଓ ଆଠଗଡ ଏନଏସି ଯାଦବ ସମାଜକୁ ସମିଶ୍ରଣ କରାଯାଇ ଯେଭଳି ପ୍ରତ୍ୟେକ କ୍ଷେତ୍ରରେ ଯାଦବ ସମାଜ ସ୍ୱାଭିମାନର ସହିତ ବଞ୍ଚିପାରିବ ଯଥା ସାମାଜିକ ସୁରକ୍ଷା, ରାଜନୈତିକ, ଅର୍ଥନୈିତିକ ଓ ଶିକ୍ଷା କ୍ଷେତ୍ରରେ ସମସ୍ତ ସୁବିଧା ଉପଭୋଗ କରିପାରିବ ସେ ସଂପର୍କରେ ବ୍ୟବସ୍ଥା ଗ୍ରହଣ କରାଯିବ। ନଅବେଢା ଯାଦବ ସମାଜର ସଭାପତି ମିହିର କୁମାର ଦାସ, ଉପଦେଷ୍ଟା ଲୋକନାଥ ବେହେରା, ରାମକୃଷ୍ଣ ବେହେରା, ଦେବେନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ପ୍ରଧାନ, ଆଠଗଡ ଯୁବ ଯାଦବ ମହାସଭାର ସଂପାଦକ ଶରତ ଚନ୍ଦ୍ର ଦାସ, ନଦୀକୂଳ ଯାଦବ ସମାଜର ମୁଖ୍ୟ ଉପଦେଷ୍ଟା ଗନ୍ଧର୍ବ ଦାସ, ହୃଷିକେଶ ବେହେରା, ଧରଣୀଧର ଦାସ, ରାଧାକାନ୍ତ ବେହେରା, କୃଷ୍ଣଚନ୍ଦ୍ର ଦାସ, ସନ୍ତୋଷ ବେହେରା, କୁମୁଦ ବେହେରା, କମ୍ଭୁନାଥ ବେହେରା, ସନାତନ ଦାସ ପ୍ରମୁଖ ଆଲୋଚନାରେ ଯୋଗଦେଇ ଅଂଗଗ୍ରହଣ କରିଥିଲେ। ନଦୀକୂଳ ଯାଦବ ସମାଜର ସଭାପତି ସଭାକାର୍ଯ୍ୟ ପରିଚାଳନା କରିଥିଲେ।

 

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories