www.samajalive.in
Saturday, December 6, 2025
15.1 C
Bhubaneswar

ଆଲିବାବା ପ୍ରତିଷ୍ଠାତା ଜ୍ୟାକ୍‌ ମା ନିଖୋଜ ! ଚୀନ ସରକାରଙ୍କ କାର୍ଯ୍ୟକଳାପ ଉପରେ ଉଠାଇଥିଲେ ପ୍ରଶ୍ନ

ବେଜିଂ: ଚୀନର ସବୁଠୁ ଧନୀ ବ୍ୟକ୍ତି ତଥା ଆଲିବାବା କମ୍ପାନୀର ପ୍ରତିଷ୍ଠାତା ଜ୍ୟାକ୍‌ ମା ନିଖୋଜ ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ସେ ପ୍ରାୟ ୨ମାସ ହେଲା ନିଖୋଜ ଥିବା ଆଶଙ୍କା କରାଯାଉଛି। ଏହା ପୂର୍ବରୁ ସେ ଚୀନ ସରକାରଙ୍କ ବିଭିନ୍ନ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇ ଚର୍ଚ୍ଚାକୁ ଆସିଥିଲେ। ଏହା ପରଠାରୁ ତାଙ୍କ ବିଷୟରେ କୌଣସି ତଥ୍ୟ ମିଳୁନାହିଁ କି କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁନାହିଁ ବୋଲି ଫାଇନାନ୍ସିଆଲ ଟାଇମ୍ସ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟ ଅନୁସାରେ, ଜ୍ୟାକ୍‌ ମା ନିଖୋଜ ଥିବାରୁ ସେ ସମସ୍ୟାରେ ପଡ଼ିଥିବା ସଙ୍କେତ ମିଳୁଛି। ତେବେ ଚୀନରେ ଧନୀ ବ୍ୟକ୍ତି ନିଖୋଜ ହେବା ଘଟଣା ନୂଆ ନୁହେଁ। ଫୋର୍ବସର ଏକ ରିପୋର୍ଟ ଅନୁସାରେ ୨୦୧୬ରୁ ୨୦୧୭ ମଧ୍ୟରେ ଚୀନର ଅନେକ କୋଟିପତି ନିଖୋଜ ହୋଇଯାଇଥିଲେ।

- Advertisement -

ନିଖୋଜ ହେବା ପରେ ଅଧିକାଂଶ ପରବର୍ତ୍ତୀ ସମୟରେ ଆଉ ସାମ୍ନାକୁ ଆସି ନ ଥିଲେ। ଏମାନଙ୍କ ନିଖୋଜ ପଛରେ ସେମାନଙ୍କ ପତ୍ନୀ, ପ୍ରେମିକା, ବ୍ୟାବସାୟିକ ପ୍ରତିଦ୍ବନ୍ଦ୍ବୀଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି। କିନ୍ତୁ ଯେଉଁମାନେ ପୁଣି ଥରେ ସାମ୍ନାକୁ ଆସିଥିଲେ ସେମାନେ କହିଥିଲେ ଯେ ସେମାନେ ନିଜ ଅଧିକାରୀମାନଙ୍କୁ କାର୍ଯ୍ୟରେ ସହଯୋଗ କରୁଥିଲେ।

ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବରରେ ଜ୍ୟାକ ମା ଚୀନର ନିୟନ୍ତ୍ରକ ଏବଂ ସରକାରୀ ବ୍ୟାଙ୍କଗୁଡ଼ିକୁ ସମାଲୋଚନା କରିଥିଲେ। ଏହା ପରେ ଚୀନର ସରକାରୀ ଅଧିକାରୀମାନେ ତାଙ୍କୁ କଡ଼ା ସମାଲୋଚନା କରିବା ସହିତ ତାଙ୍କ କମ୍ପାନୀ ଆଣ୍ଟ ଗ୍ରୁପ୍‌ର ଆଇପିଓକୁ ସ୍ଥଗିତ କରି ଦିଆଯାଇଥିଲା। ଗତ ସପ୍ତାହରେ ଚୀନର ସରକାରୀ ସଂସ୍ଥା ପକ୍ଷରୁ କୁହାଯାଇଥିଲା ଯେ, ଜ୍ୟାକ୍‌ ମାଙ୍କ କମ୍ପାନୀ ଆଣ୍ଟ ଗ୍ରୁପ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ଏହା ସହିତ ଆଣ୍ଟ ଗ୍ରୁପର ଉପଭୋକ୍ତା ଫାଇନାନ୍ସ ଅପରେଶନକୁ ରୋକିବା ଲାଗି ଆଦେଶ ଦିଆଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories