www.samajalive.in
Saturday, December 6, 2025
14.1 C
Bhubaneswar

‘ବନ ପୋଡ଼ିଗଲେ…’ରେ ଶ୍ରୋତା ଚିହ୍ନିଲେ: ଶୈଳଭାମା

ଭୁବନେଶ୍ୱର: ଭଜନରୁ ଆରମ୍ଭ କରି ଆଧୁନିକ ଗୀତ ଆଉ ଆଲ୍‌ବମ୍‍ରୁ ଆରମ୍ଭ କରି ଚଳଚ୍ଚିତ୍ର। ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ୪କୋଟି ଓଡ଼ିଆଙ୍କ ହୃଦୟରେ ବସା ବାନ୍ଧି ସାରିଛନ୍ତି କଣ୍ଠଶିଳ୍ପୀ ଶୈଳଭାମା। ପୂର୍ବରୁ ଅନେକ ଭଜନରେ କଣ୍ଠଦାନ କରିଥିବାବେଳେ ‘ପୁନେଇଁ ଜହ୍ନ’ର ‘ବନପୋଡ଼ିଗଲେ…’ ସଙ୍ଗୀତ ପରିଚୟ ଦେଇଥିଲା ବା ଲୋକ ତାଙ୍କୁ ଜାଣିଥିଲେ ବୋଲି କହିଛନ୍ତି ଶୈଳଭାମା।
ପରିବାରରୁ ସଙ୍ଗୀତ ପାଇଁ ପ୍ରୋତ୍ସାହନ ମିଳିଛି। ମା’ ଓ ବଡ଼ ଭଉଣୀ ଭଲ ଗୀତ ଗାଆନ୍ତି। ପିଲାବେଳେ ସ୍କୁଲରେ ଗୀତ ଗାଉଥିଲି। ସ୍କୁଲରେ ଅତିଥି ‘ମୁଁ ଭଲ ଗାଉଛି’ ବୋଲି କହିଥିଲେ। ଗୁରୁ ଶାନ୍ତନୁ ଦାସ ବାପାଙ୍କ ସହିତ କଥା ହୋଇ ସଙ୍ଗୀତ ଶିଖିବା ପାଇଁ କହିଥିଲେ। ପରବର୍ତ୍ତୀ ପର୍ୟ୍ୟାୟରେ ରେଡିଓରେ ଶିଶୁ କଳାକାରଭାବେ କାମ କଲି। କଲେଜରେ ପଢୁଥିବା ସମୟରେ ଜେନେରୋଲ ଆର୍ଟିଷ୍ଟଭାବେ କାମ କଲି ଏବଂ ପରେ ଟପ୍‍ ଗ୍ରେଡ ଆର୍ଟିଷ୍ଟ ହେଲି। କଟକ ଯିବା ଆସିବା ଲାଗିଲା ଏବଂ ସବୁ ସଙ୍ଗୀତ ନିର୍ଦେଶକଙ୍କ ସହିତ କାମ କରିବାର ସୁଯୋଗ ମିଳିଲା।
ଅନେକ ପୁରସ୍କାର ପାଇଥିବାବେଳେ ମୋର ପ୍ରଥମ ସଙ୍ଗୀତ ମୁମ୍ବଇର ମେହବୁବ ଷ୍ଟୁଡିଓରେ ରେକର୍ଡ ହୋଇଥିଲା। ଚଳଚ୍ଚିତ୍ର ଥିଲା ‘ଗୁରୁଦକ୍ଷିଣା’। ସେହିପରି ‘ସତମିଛ’ ଚଳଚ୍ଚିତ୍ରରେ ରାଜୁ ମିଶ୍ର ମତେ ସୁଯୋଗ ଦେଇଥିଲେ। ଅନେକ ସଙ୍ଗୀତ ଗାଇବା ପରେ ମତେ ‘ପୁନେଇଁ ଜହ୍ନ’ କ୍ୟାସେଟ୍‌ର ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି…ଗୀତ ଗାଇବାର ସୁଯୋଗ ମିଳିଥିଲା। ରାତାରାତି ପରିଚୟ ଦେଇଥିଲା। ସେବେଠୁ ଆଉ ମୁଁ ପଛକୁ ଫେରିନି। କରୋନା ମହାମାରୀ ସମୟରେ ଯାହାବି ସମ୍ବଳ ଥିଲା ମୋ ପାରୁପର୍ୟ୍ୟନ୍ତ ମୁଁ ସାହାଯ୍ୟ ସହଯୋଗ କରିଛି। ୩/୪ ମାସ କାମ ନଥିଲା କିନ୍ତୁ ଚାନେଲ ପକ୍ଷରୁ କିଛି କାମ ମିଳିଥିଲା। ଏବେ କାମ ଆରମ୍ଭ ହେଲାଣି। ଏଯାବତ୍‍ ୩୫୬ରୁ ଅଧିକ ଚଳଚ୍ଚିତ୍ରରେ କାମ କରିସାରିଲିଣି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories