www.samajalive.in
Sunday, December 7, 2025
26.1 C
Bhubaneswar

ଟିଟିଲାଗଡ଼ରେ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ

ଟିଟିଲାଗଡ଼: ବହୁ ବର୍ଷର ପ୍ରତିକ୍ଷା ପରେ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ତଥା ମୁଖ୍ୟ ଶାସନ ସଚିବଙ୍କ ବାସସ୍ଥାନ ଟିଟିଲାଗଡ ସହରକୁ ନୂତନ ରୂପ ଦେବା ପାଇଁ ସ୍ଥାନୀୟ ପ୍ରଶାସନ ଆରମ୍ଭ କରିଥିବା ଆଲୋଚନାର ବିଷୟ ହୋଇଛି। ଆଜି ସକାଳୁ ଟିଟିଲାଗଡ ଉପଜିଲାପାଳ ସୋମେଶ ଉପାଧ୍ୟାୟଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ରାସ୍ତା ଜବରଦଖଲ ଉଚ୍ଛେଦ ପ୍ରକ୍ରୀୟା। ତହସିଲଦାର ଆନନ୍ଦ ପଣ୍ଡା ତଥା ରାଜସ୍ୱ ବିଭାଗ ଏବଂ ପୌର ଯନ୍ତ୍ରୀ, କର୍ମଚାରୀଙ୍କ ମାପ ଅନୁସାରେ ଜେସିବି ମେସିନ ଲଗାଇ ଟିଟିଲାଗଡ ରେଳ ଜଙ୍କସନ ପଟରୁ ଜବରଦଖଲ ଉଚ୍ଛେଦ ଚାଲିଛି। ଅନେକ ଦୋକାନୀ, ହୋଟେଲ ଗୁଡିକ ରାସ୍ତାକୁ ମାଡି କରିଥିବା ନିର୍ମାଣ କାର୍ୟ୍ୟକୁ ଭଙ୍ଗାଯାଇଛି। ଏନେଇ ପୂର୍ବରୁ ସୂଚନା ପାଇ ଅନେକ ଦୋକାନୀ ନିଜ ପକ୍ଷରୁ ଭଙ୍ଗାଭଙ୍ଗି କରୁଥିବା ବେଳେ ମେସିନ ବାକି ତକ ଉପାଡି ଚାଲିଛି। ପଶ୍ଚିମ ଓଡିଶାର ଅନ୍ୟତମ ପ୍ରମୁଖ ରେଳ ଜଙ୍କସନ ତଥା ଉପଖଣ୍ଡ ମୁଖ୍ୟାଳୟ ଟିଟିଲାଗଡ ସହରରେ ଯାନବାହାନ ତଥା ଲୋକଙ୍କ ଭିଡ ବୃଦ୍ଧି ସହ ଦିନକୁ ଦିନ ସମାନ୍ତରାଳ ଭାବରେ ରାସ୍ତା ଜବରଦଖଲ ସହ ସ୍ଥାୟୀ ନିର୍ମାଣ କାର୍ୟ୍ୟ ରୁନ୍ଧି ହେଲା ପରିହୋଇଛି। ଏପରିକି ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୫୯ ଏବଂ ମୁଖ୍ୟ ରାସ୍ତା ଗୁଡିକ ରେ ସ୍ଥାନେ ସ୍ଥାନେ ଦୁଇଟି ଭାରୀଯାନ ଏକା ସାଙ୍ଗରେ ଯିବା ମୁସ୍କିଲ ହୋଇପଡ଼ିଛି। ସହରର କଚେରୀ ଛକରୁ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନା ଦେଇ ଶାସ୍ତ୍ରୀ ଛକ, ମହାବୀର ଧର୍ମଶାଳାରୁ ଟାଉନ ଥାନା ରାସ୍ତା, ରାଧେକୃଷ୍ଣ ମନ୍ଦିର ରାସ୍ତା ମଧ୍ୟରେ ଯିବା ଚକ୍ରବ୍ୟୁହ ଭେଦ କଲା ପରି ପ୍ରତ୍ୟେୟ ହେଉଛି। ଏପରିପ୍ରେକ୍ଷୀରେ ସହରରେ ସର୍ବଦା ଟ୍ରାଫିକ ଜାମ ଭଳି ପରିସ୍ଥିତି ସୃଷ୍ଟି ହେବା ସହ ସର୍ବଦା ଦୁର୍ଘଟଣାର ଭୟ ରହୁଛି। ଖୋଦ ଉପଜିଲାପାଳ, ତହସିଲଦାର, ଥାନା ଏସଆଇ ମନୋଜ ମୁଣ୍ଡା ତଥା ପୁଲିସ ବଳ ସହ ଆଜି ଦିନ ତମାମ ରାସ୍ତାରେ ଉପସ୍ଥିତ ରହି ଜବରଦଖଲ ଉଚ୍ଛେଦ ତଦାରଖ କରିଛନ୍ତି। ଏନେଇ ଜନସାଧାରଣ ତଥା ଉଚ୍ଛେଦ ହୋଇଥିବା ଲୋକେ ରାସ୍ତାରେ ଉପଜିଲାପାଳଙ୍କ ସହ ଆଲୋଚନା କରିଥିବା ଦେଖାଯାଇଥିଲା। ଅପରପକ୍ଷରେ ଉଚ୍ଛେଦ ପ୍ରକ୍ରୀୟା ଆଜି ଆରମ୍ଭ ହୋଇଥିବା ବେଳେ ଆଗକୁ ଆହୁରି ପ୍ରତିବନ୍ଧକ ରହିଥିବା ନେଇ ପ୍ରଶାସନ କେତେ ଦୂର ଆଗେଇବ ନା ଆଣ୍ଠେଇ ପଡ଼ିବ ସେ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories