mission shakti banner

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଡିଭିଏଫ୍‌ ଯବାନ ସହିଦ

BSKY banner  750×100
0

ରାୟଗଡ଼ା: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଜଣେ ଡିଭିଏଫ୍‌ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନଙ୍କ ନାମ ହେଲା ସଞ୍ଜୟ ମାଝୀ । ତାଙ୍କ ଘର ରାୟଗଡ଼ା ଜିଲ୍ଲା ଆମ୍ବଦଳାରେ ବୋଲି ଏସ୍‌ପି ସୂଚନା ଦେଇଛନ୍ତି । ଗତକାଲି ମୁନିଗୁଡା ବ୍ଳକ୍ ନିୟମଗିରି ଅଞ୍ଚଳରେ କମ୍ବିଂ ଅପରେସନ ଚାଲିଥିବା ବେ​‌ଳେ ଲ୍ୟାଣ୍ଡମାଇନ୍‌ ଉପରେ ଯବାନ ସଞ୍ଜୟ ମାଝୀଙ୍କ ପାଦ ପଡି ବିସ୍ଫୋରଣରେ ଘଟିଥିଲା। ଏଥିରେ ଯବାନ ସଞ୍ଜୟ ଗୁରୁତର ହୋଇଥିଲେ । ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଯବାନଙ୍କ ମୃତ୍ୟୁ ପରେ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଜୋରଦାର କରାଯାଇଛି ।

Leave A Reply