www.samajalive.in
Saturday, December 6, 2025
15.1 C
Bhubaneswar

ତୀର୍ଥଯାତ୍ରୀ ବସ୍ ଉପରେ ଆକ୍ରମଣ ଘଟଣା: ଆତଙ୍କବାଦୀଙ୍କ ସ୍କେଚ୍ ଜାରି, ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା

ଜାମ୍ମୁ : ଜମ୍ମୁ-କାଶ୍ମୀର ରିୟାସି ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ୧୦ ଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟଣା। ପୁଲିସ୍ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି। ଏବଂ ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରିଛି। ସେପଟେ ଆତଙ୍କବାଦୀଙ୍କୁ ଧରିବାକୁ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି ରହିଥିବାବେଳେ ଘଟଣାରେ ଏନଆଇଏ ଟିମ୍ ଯାଞ୍ଚ କରୁଛି।  ସୂଚନା ମୂତାବକ ରବିବାର ଏକ ବସ୍ ଜାମ୍ମୁ-କାଶ୍ମୀରର ରିଆସି ଜିଲାର ଶିବଖୋଡ଼ା ମନ୍ଦିରକୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ବସ ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ । ଆତଙ୍କବାଦୀଙ୍କ ଗୁଳିମାଡ଼ ଯୋଗୁଁ ବସ୍‌ଟି ନିୟନ୍ତ୍ରଣ ହରାଇ ଗଭୀର ଖାତକୁ ଖସି ପଡିଥିଲା।  ଏଥିରେ ପ୍ରାୟ ୧୦ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ପୁଲିସ, ସେନା, ଅର୍ଦ୍ଧସାମରିକ ବାହିନୀ ଓ ପ୍ରଶାସନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ।  ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘଟଣା ସମ୍ପର୍କରେ ପ୍ରଶାସନଠାରୁ ବୁଝିଛନ୍ତି। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories