www.samajalive.in
Saturday, December 6, 2025
14.1 C
Bhubaneswar

ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିବେଶ ସଚେତନତା କାର୍ଯ୍ୟକ୍ରମ

ଡେସ୍କ: ଓଡିଶା ସରକାରଙ୍କ ନୂଆ ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସାମାଜିକ ସଚେତନତା ଅଭିଯାନରେ ଆଜି କଟକ ଜିଲ୍ଲା ମୋହନ ସୁବୁଦ୍ଧି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସମବେତ ହୋଇ ପ୍ରସିଦ୍ଧ ଶୈବପୀଠ ସିଂହନାଥ ମନ୍ଦିର ପରିସରରେ ସଫେଇ କାର୍ଯ୍ୟ କରିବା ସହ ପର୍ଯ୍ୟଟକମାନଙ୍କୁ ପ୍ଲାଷ୍ଟିକର ଅପବ୍ୟବହାର ଓ ପରିବେଶ ଉପରେ ଏହି ବର୍ଜ୍ୟବସ୍ତୁର କୁପ୍ରଭାବ ସମ୍ପର୍କରେ ସଚେତନ କରାଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ଅଭିଯାନର ମୁଖ୍ୟ ସଂଗଠକ ଡଃ ଶୁଚିସ୍ମିତା ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୮୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ମହାନଦୀ ତଟ ପରିଷ୍କାର କରିଥିଲେ।

କାର୍ଯ୍ୟନିର୍ବାହୀ ତଥା ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପକ ବିଶ୍ୱନାଥ ପଟ୍ଟନାୟକ, ଗଣିତ ବିଭାଗର ମୁଖ୍ୟ ଡଃ ତନୟା ପଟେଲ, ଅଧ୍ୟାପକ ନାରାୟଣ ସାହୁ ଏବଂ ନୋଡାଲ ଅଧିକାରୀ ତଥା ଓଡ଼ିଆ ବିଭାଗର ମୁଖ୍ୟ ସରିତା ସାହୁ ଛାତ୍ରଛାତ୍ରୀମାନଙ୍କର ନେତୃତ୍ୱ ନେଇଥିଲେ। ଏହି କ୍ରମରେ ଛାତ୍ରଛାତ୍ରୀମାନେ ଗୋପୀନାଥପୁର ଗ୍ରାମରେ ଏକ ସଚେତନତା ରାଲି କରିଥିଲେ। ପରିବେଶ ସୁରକ୍ଷା ସମ୍ବନ୍ଧୀୟ ସ୍ଲୋଗାନ ଦେଇ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଗୋପୀନାଥପୁର ଗ୍ରାମ ପରିକ୍ରମା କରିଥିଲେ। ଏହି ଅବସରରେ ବାବା ସିଂହନାଦ ପୀଠରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

- Advertisement -

ଏଥିରେ ଅଧ୍ୟାପିକା ଡଃ ପ୍ରିୟମ୍ବଦା ଦାଶ, କ୍ୟାପଟେନ ସୁଧୀର ମହାରଣା, ଅଧ୍ୟାପକ ଲକ୍ଷ୍ମୀଧର ପଣ୍ଡା, ପ୍ରଜ୍ଞା ପାରମିତା ମହାନ୍ତି, ଅଧ୍ୟାପକ ସୌମ୍ୟରଂଜନ ପରିଡା, ଅଧ୍ୟାପକ ମାନଗୋବିନ୍ଦ ପାତ୍ର, ଅଧ୍ୟାପକ କରୁଣାକର ରାଉତ, ସଞ୍ଜୟ ନାୟକ ଓ ସୁଶ୍ରୀ ସଂଗୀତା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories