www.samajalive.in
Saturday, December 6, 2025
16.1 C
Bhubaneswar

ଏଣିକି ନୌସେନା ଅଧିକାରୀ ପିନ୍ଧିବେ ଶିବାଜୀ ମହାରାଜଙ୍କ ସେନାର ଚିହ୍ନ

ଡେସ୍କ: ଏଣିକି ନୌସେନା ଅଧିକାରୀ ସେମାନଙ୍କ କାନ୍ଧରେ ଶିବାଜୀ ମହାରାଜଙ୍କ ସେନାର ଚିହ୍ନରେ ସଜ୍ଜିତ ପଟ୍ଟୀ ପିନ୍ଧିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଘୋଷଣା କରିଛନ୍ତି। ଆଜି ନୌସେନା ଦିବସରେ ମହାରାଷ୍ଟ୍ରର ସିନ୍ଧୁଦର୍ଗ ଜିଲ୍ଲାର ତାରକାରଲି ବେଳାଭୂମିରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଖୁବ୍ ଶୀଘ୍ର ନୌସେନାର ପଦବୀକୁ ଭାରତୀୟ ସଂସ୍କୃତି ଏବଂ ପରମ୍ପରା ଅନୁଯାୟୀ ନୂତନ ନାମ ଦିଆଯିବ। ଶ୍ରୀ ମୋଦୀ ନୌସେନା ଜାହାଜରେ ଦେଶର ପ୍ରଥମ ମହିଳା କମାଣ୍ଡିଂ ଅଫିସର ନିଯୁକ୍ତ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ତାଙ୍କ ସରକାର ସାମୁଦ୍ରିକ ଅର୍ଥନୀତିର ବିକାଶ ଉପରେ ଧ୍ୟାନ ଦେଉଛନ୍ତି ଏବଂ ସାଗରମାଳା ପ୍ରକଳ୍ପ ଅଧୀନରେ ବନ୍ଦର ଭିତ୍ତିକ ବିକାଶ ଉପରେ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶ, ଯାହା ଦ୍ୱାରା ପର୍ଯ୍ୟଟନ ଏବଂ ନିଯୁକ୍ତି ବୃଦ୍ଧି ହେବ। ଶ୍ରୀ ମୋଦୀ କହିଛନ୍ତି ଯେ ଭାରତୀୟ ନୌସେନା ପାଇଁ ଅତୀତର ଗୌରବ ଫେରାଇ ଆଣିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ ଯାହା ବିଦେଶୀ ଆକ୍ରମଣକାରୀଙ୍କ ଦ୍ୱାରା ନଷ୍ଟ ହୋଇଯାଇଥିଲା। ସେ କହିଛନ୍ତି ଯେ ଭାରତର ଇତିହାସ ହେଉଛି ଶକ୍ତି, ସାମର୍ଥ୍ୟ, ସାହସିକତା, ଜ୍ଞାନ, କଳା ଏବଂ ଅଭିନବ ଉଦ୍ଭାବନର ଏକ ସମୃଦ୍ଧ ଇତିହାସ। ସେ କହିଛନ୍ତି ଯେ ଏକ ଶକ୍ତିଶାଳୀ ସାମୁଦ୍ରିକ ଶକ୍ତିର ମହତ୍ତ୍ୱ ବୁଝିଥିବା ଛତ୍ରପତି ଶିବାଜୀ ମହାରାଜଙ୍କଠାରୁ ପ୍ରେରଣା ନେବା ସମୟ ଆସିଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories