www.samajalive.in
Monday, December 15, 2025
14.1 C
Bhubaneswar

ଛାତ୍ରଛାତ୍ରୀଙ୍କ ମନରେ ଆଇଟିଆଇ ଏବଂ ପଲିଟେକନିକ ତାଲିମ ପ୍ରତି ସଚେତନତା ସୃଷ୍ଟି କରିବାକୁ ହେବ: ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର:ଓଡିଶାର ଆଇଟିଆଇ ଏବଂ ପଲିଟେକନିକ ନୂତନ ଭବିଷ୍ୟତ ପରିକଳ୍ପନାର ରୂପରେଖ ହେବେ। କାରଣ ରାଜ୍ୟର ଆଇଟିଆଇ ଏବଂ ପଲିଟେକନିକ କେବଳ ଦକ୍ଷତା ବିକାଶର କେନ୍ଦ୍ରସ୍ଥଳୀ ନୁହେଁ ବରଂ ମାନବ ରୂପାନ୍ତରଣର କେନ୍ଦ୍ର ହେବେ ବୋଲି ଦିନିକିଆ ନେତୃତ୍ୱ ବିକାଶ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀ ଉଲ୍ଲେଖ କରିଥିଲେ। ଆଜି ରାଜ୍ୟର ସମସ୍ତ ୪୯ଟି ଆଇଟିଆଇ ଏବଂ ୩୭ଟି ପଲିଟେକନିକ ଅନୁଷ୍ଠାନର ମୁଖ୍ୟମାନଙ୍କୁ ନେଇ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧୀନରେ ୱାର୍ଲ୍ଡ ସ୍କିଲ ସେଣ୍ଟରଠାରେ ଏକ ନେତୃତ୍ୱ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆଇଟିଆଇ ଏବଂ ପଲିଟେକନିକମାନେ କିଭଳି ଭାବେ ବ୍ଲକ ଓ ଜିଲ୍ଲା ସ୍ତରରେ ନୂତନ ଦିଗଦର୍ଶନ ଦେଇପାରିବେ ସେ ନେଇ ଶ୍ରୀ ବାଗଚୀ ଏକ ବିଶେଷ ଉପସ୍ଥାପନା ରଖିଥିଳେ।
ଆଇଟିଆଇ ଏବଂ ପଲିଟେକନିକର ମୁଖ୍ୟମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ବାଗ୍‌ଚୀ କହିଥିଲେ ଯେ ଆଜିର ଦିନରେ ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ ଆଇଟିଆଇ ପ୍ରତି ବହୁତ ସମ୍ମାନ ରହିଛି। ପ୍ରଥମେ ତାଲିମ ଅନୁଷ୍ଠାନର ଭିତ୍ତିଭୂମି ସୁଦୃଢ କରି ତାକୁ ଆକର୍ଷଣୀୟ କରିବା ଉଚିତ। ନିକଟସ୍ଥ ବିଦ୍ୟାଳୟର ଅଷ୍ଟମ ଓ ନବମ ଶ୍ରେଣୀରେ ଅଧ୍ୟୟନ ଛାତ୍ରଛାତ୍ରୀଙ୍କ ମନରେ ଆଇଟିଆଇ ଏବଂ ପଲିଟେକନିକ ତାଲିମ ପ୍ରତି ସଚେତନତା ସୃଷ୍ଟି କରିବାକୁ ହେବ। ପ୍ରତ୍ୟେକ ଆଇଟିଆଇରୁ ଅନ୍ତତଃ ଦଶ ଜଣ ପ୍ରଶିକ୍ଷାର୍ଥୀ ପରବର୍ତ୍ତୀ ପର୍ଯ୍ୟାୟରେ ପଲିଟେକନିକ, ଏସଡିଆଇରେ ତାଲିମ ନେବେ ଏବଂ ଦକ୍ଷତା ପ୍ରତିଯୋଗିତାରେ ଭାଗନେଇ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ। ଜିଲା ସ୍ତରରେ ପ୍ରତ୍ୟେକ ଆଇଟିଆଇ ଏବଂ ପଲିଟେକନିକ କ୍ରୀଡା ଉତ୍ସବ ଆୟୋଜନ ସହ ମହିଳାଙ୍କ ନିମନ୍ତେ ସ୍ୱତନ୍ତ୍ର କ୍ରିକେଟ ଓ ଫୁଟବଲ ଦଳ ଗଢିବାକୁ ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇଥିଲେ।

ପ୍ରତ୍ୟେକ ଆଇଟିଆଇ ଏବଂ ପଲିଟେକନିକ ସ୍ଥାନୀୟ ଚିକିତ୍ସାଳୟ ସହିତ ସହଭାଗିତା କରି ଆଶୁ ବିପତ୍ତି ସମୟରେ ଆବଶ୍ୟକୀୟ ସହଯୋଗର ହାତ ବଢେଇପାରିବେ। ରାଜ୍ୟର ପ୍ରାୟ ୬ ଲକ୍ଷ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ରହିଛନ୍ତି । ସେହି ବିଦ୍ୟାଳୟଗୁଡିକ ସହ ଯୋଗାଯୋଗ କରି ଉକ୍ତ ଛାତ୍ରଛାତ୍ରୀଙ୍କୁ ସ୍କିଲ ତାଲିମ ପ୍ରତି ଆକୃଷ୍ଟ କରିବାକୁ ମଧ୍ୟ ଆହ୍ୱାନ କରିଥିଲେ।
ସମସ୍ତ ଅଧ୍ୟକ୍ଷଙ୍କୁ ସ୍ୱାଗତ ଜଣାଇ ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ରେଘୁ ଜି କହିଥିଲେ ଯେ ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରୁ ଯୋଗ ଦେଇଥିବା ଅଭିଜ୍ଞ ବ୍ୟକ୍ତିବିଶେଷଙ୍କଠାରୁ ନେତୃତ୍ୱ ବିକାଶ ବିଷୟରେ ବହୁତ କିଛି ଶିଖିବାକୁ ମିଳିବ । ସେ ଏହି ଅବସରରେ ଆହୁରି ମଧ୍ୟ କହିଥିଲେ ଯେ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ଏବଂ ତାଲିମ (ଟିଭିଇଟି) ବ୍ୟବସ୍ଥାରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ଆମର ମୂଳ ଲକ୍ଷ୍ୟ ଅଟେ ।
ନେତୃତ୍ୱ ବିକାଶ କର୍ମଶାଳାରେ ୱାର୍ଲ୍ଡ ସ୍କିଲ ସେଣ୍ଟର ଅଧ୍ୟକ୍ଷ, ସଙ୍ଗରନ ଗୋପାଳ, କ୍ରୁଟ ମହା ପ୍ରବନ୍ଧକ, ଦିପ୍ତୀ ମହାପାତ୍ର, ଅତିରିକ୍ତ ପୋଲିସ କମିଶନର, ଡ. ଉମାଶଙ୍କର ଦାସ, ସି ଭି ରମଣ ଗ୍ଲୋବାଲ ୟୁନିଭରସିଟି ଅଧ୍ୟକ୍ଷ, ଡ. ସଞ୍ଜୀବ କୁମାର ରାଉତ ଏବଂ ସହ-ପ୍ରତିଷ୍ଠାତା, ଜୁଫ୍ରେସ ଫୁଡ୍ସ ପ୍ରା ଲିଃ, ଅମ୍ବିକା ଶତପଥି ନିଜ ବୃତ୍ତିଗତ କ୍ଷେତ୍ର ଅଭିଜ୍ଞତା ନେଇ ନେତୃତ୍ୱ ବିକାଶ ଉପରେ ଉପସ୍ଥାପନା ରଖିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ, ଯୁଗ୍ମ ସଚିବ ରେଣୁପ୍ରଭା ନାୟକ, ଉପନିର୍ଦ୍ଦେଶକ ଅଜୟ ପଣ୍ଡା, ସୁଯୋଗ୍ୟ ମିଶ୍ର, ୱାର୍ଲ୍ଡ ସ୍କିଲ ସେଣ୍ଟରର ସ୍କୁଲ ଅଫ ସର୍ଭିସେସ ନିର୍ଦ୍ଦେଶକ, ସୁଗୁଣା ଶ୍ରୀନିବାସନ, ନିର୍ଦ୍ଦେଶକ, ପ୍ରଶାସନ, କେର୍‌ୱିନ ୱିିଙ୍ଗ ଉଇକ୍ୟାଟ, ନିର୍ଦ୍ଦେଶକ, ଏକାଡେମୀ, ସୁପିହା ନାଗମଲ ଏବଂ ନିର୍ଦ୍ଦେଶକ, ସ୍କୁଲ ଅଫ ଇଞ୍ଜିନିୟରିଂ, ଚିୟକ ଏଙ୍ଗ ଚୁନ୍‌ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories