www.samajalive.in
Monday, December 15, 2025
14.1 C
Bhubaneswar

ପଛୁଆ ଜିଲ୍ଲାରେ ବ୍ୟାପକ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଲେ ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। ରାଜ୍ୟରେ କଞ୍ଚାମାଲର ଅଭାବ ନଥିବାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘସୂତ୍ରୀ ଯୋଜନା ଫଳରେ ଶିଳ୍ପ-ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯେଉଁ ସୁବିଧାସୁଯୋଗ ଯୋଗାଇ ଦେଉଛନ୍ତି, ସେଥିନେଇ ଅନେକ ବଡ଼ ବଡ଼ ସଂସ୍ଥା ଶିଳ୍ପ ପ୍ରତିଷ୍ଠା ଲାଗି ଆଗ୍ରହ ଦେଖାଇଛନ୍ତି। ଏହି କିଛି ବର୍ଷ ମଧ୍ୟରେ ଅନେକ ସଂସ୍ଥା ଶିଳ୍ପ ପ୍ରତିଷ୍ଠା ସହ ସେମାନଙ୍କ ଉତ୍ପାଦନ ଆରମ୍ଭ କରିସାରିଛନ୍ତି। ଆହୁରି ଅନେକ ପ୍ରକଳ୍ପ ପାଇପ୍‌ଲାଇନ୍‌ରେ ଅଛି। ତେବେ ନିର୍ଦ୍ଧିଷ୍ଟ ଜିଲ୍ଲା କିମ୍ବା ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ବ୍ୟତିରେକ ରାଜ୍ୟର ପଛୁଆ ଜିଲ୍ଲାମାନଙ୍କରେ ଶିଳ୍ପ ପ୍ରତିଷ୍ଠା ଲାଗି ଏକ ଯୋଜନା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ଖାରବେଳ ଭବନସ୍ଥିତ ଶିଳ୍ପ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୫-‘ଟି’ ସମୀକ୍ଷା ବୈଠକରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଅଧ୍ୟକ୍ଷତା କରି କହିଥିଲେ ଯେ ବଡ଼ ଶିଳ୍ପ ସହିତ କ୍ଷୁଦ୍ର ଶିଳ୍ପ, ବିଶେଷ କରି ସ୍ଥାନୀୟ ସଂସ୍ଥାମାନଙ୍କୁ ଶିଳ୍ପ ପ୍ରତିଷ୍ଠା ଲାଗି ସୁଯୋଗ ସୃଷ୍ଟି ହେବା ଆବଶ୍ୟକ। ଏହା ଦ୍ୱାରା ସବୁ ଅଞ୍ଚଳର ବିକାଶ ସମ୍ଭବ ହୋଇପାରିବ। ଏଥିଲାଗି ଶିଳ୍ପ ବିଭାଗ ଅନ୍ୟ ପ୍ରମୁଖ ବିଭାଗମାନଙ୍କ ସହ ସଂଯୋଗ ସ୍ଥାପନ କରି ଏକ ନୋଡ଼ାଲ ବିଭାଗର ଦାୟିତ୍ୱ ନିର୍ବାହ କରିବା ଆବଶ୍ୟକ। ବିଭିନ୍ନ ଜିଲାରେ ଦକ୍ଷତା ବୃଦ୍ଧି ନିମନ୍ତେ ସମ୍ମିଳନୀ ଆୟୋଜନ ସହ କୃଷି, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେବା ପାଇଁ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ପରାମର୍ଶ ଦେଇଥିଲେ।

ବୈଠକରେ ଇନ୍‌ଫୋଭ୍ୟାଲି, ପାରାଦୀପ ପ୍ଲାଷ୍ଟିକ୍‌ ପାର୍କ, ଭଦ୍ରକ ଟେକ୍ସଟାଇଲ୍‌ ପାର୍କ, ଭଦ୍ରକ, ଇଡ୍‌କୋ ଟାୱାର, ଅନୁଗୋଳ ଆଲୁମିନିୟମ୍‌ ପାର୍କ, ଓଡ଼ିଶା ଅର୍ଥନୈତିକ କରିଡର ନିମନ୍ତେ ଜମି ଅଧିଗ୍ରହଣ ଏବଂ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଇଡ୍‌କୋ ତଥା ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ, ଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ଶୁଭେନ୍ଦ୍ର କୁମାର ନାୟକ, ଇପିକଲର ସିଜିଏମ୍‌ କଲ୍ୟାଣ ଚନ୍ଦ୍ର ମହାନ୍ତି ଏବଂ ଇଡ୍‌କୋ(ଲ୍ୟାଣ୍ଡ) ସିଜିଏମ୍‌ ବିଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories