www.samajalive.in
Sunday, December 7, 2025
23.1 C
Bhubaneswar

ଭିଡ଼ିଓ: ଘାଟି ରାସ୍ତାରେ ୧୫ ଘଣ୍ଟା କାନ୍ଧରେ ବୋହି ଆହତ ମହିଳାଙ୍କୁ ଡ଼ାକ୍ତରଖାନା ନେଲେ ଆଇଟିବିପି ଯବାନ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାନ୍ତବର୍ତୀ ଅଞ୍ଚଳରେ ନିଯୁକ୍ତ ଆଇଟିବିପି (ଭାରତ-ତିବ୍ବତ ସୀମା ସୁରକ୍ଷା ପୁଲିସ)ର ଯବାନମାନେ ସାହସ ଓ ଲଢ଼ୁଆ ମନୋଭାବ ନେଇ ବେଶ୍ ପରିଚିତ । କେବଳ ସେତିକି ନୁହେଁ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏହି ଯବାନମାନେ ବେଳେବେଳେ ଦେବଦୂତ ପରି କାର୍ଯ୍ୟ କରିଥାଆନ୍ତି । ଉତ୍ତରାଖଣ୍ଡ ପାହାଡ଼ିଆ ଅଞ୍ଚଳରେ ଏପରି ଏକ ଘଟଣା ନଜରକୁ ଆସିଛି ଯେଉଁଥିରେ ଆଇଟିବିପି ଯବାନଙ୍କ କାର୍ଯ୍ୟ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି । ଆଇଟିବିପିର ଯବାନମାନେ ଜଣେ ଆହତ ମହିଳାଙ୍କୁ ଘାଟି ରାସ୍ତାରେ ପ୍ରାୟ ୧୫ ଘଣ୍ଟା କାନ୍ଧରେ ବୋହି ଡ଼ାକ୍ତରଖାନା ନେବା ନିମନ୍ତେ ସଡ଼କ ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି । ଯବାନମାନଙ୍କ ଏହି କାର୍ଯ୍ୟ ନିମନ୍ତେ ସ୍ଥାନୀୟ ଲୋକ ସେମାନଙ୍କୁ ଢ଼େର ପ୍ରଶଂସା କରିଛନ୍ତି ।

ସୂଚନା ଅନୁସାରେ ପିଥୌରଗଡ଼ ଜିଲାର ଛାମୁଆ ଯବାନ ଶିବିର ନିକଟରେ ସୀମାନ୍ତ ଗାଁ ଲାସ୍ପାର ଜଣେ ମହିଳା ପାହାଡ଼ରୁ ଖସିପଡ଼ି ଗୁରୁତର ଆହତ ହୋଇଥିଲେ । ନିକଟରେ ଚିକିତ୍ସା ସୁବିଧା ନ ଥିବାରୁ ଆଇଟିବିପି ଯବାନମାନେ ପ୍ରାୟ ୪୦ କିଲୋମିଟର ପିଚ୍ଛିଳ ଓ ପଥୁରିଆ ପାହାଡ଼ ଘାଟି ଟପି ମୋଟର ଗାଡ଼ି ଚଳାଚଳକ୍ଷମ ସଡ଼କ ନିକଟରେ ପହଞ୍ଚିଥିଲେ । ଏହାପରେ ସମ୍ପୃକ୍ତ ମହିଳାଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ମହିଳାଜଣକ ପାହାଡ଼ରୁ ଖସିପଡ଼ିବା ଦ୍ବାରା ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା, ମୁଣ୍ଡରେ ଆଘାତ ଲାଗିଥିଲା । ଖରାପ ପାଗ ଯୋଗୁଁ ହେଲିକପଟର ଡ଼େରାଡ଼ୁନରୁ ବରେଲି ପର୍ଯ୍ୟନ୍ତ ଆସିବା ପରେ ଆଉ ଆସିବା ସମ୍ଭବ ହୋଇ ନ ଥିଲା । ଏତିକିବେଳେ ଆଇଟିବିପି ଯବାନମାନେ ମହିଳାଙ୍କ ପରିବାରକୁ ସହାୟତା କରିବାକୁ ଆଗେି ଆସିଥିଲେ । ପ୍ରାୟ ୧୫ ଘଣ୍ଟା ଚାଲିଚାଲି ୨୨ ଅଗଷ୍ଟ ମଧ୍ୟରାତ୍ରିରେ ମହିଳାଙ୍କୁ ମୁନ୍ସିୟାରୀ ନିକଟରେ ରାସ୍ତାରେ ପହଞ୍ଚାଇଥିଲେ । ବାଟରେ ସେମାନେ ପାହାଡ଼ ପରେ ପାହାଡ଼ ଅତିକ୍ରମ କରିଥିଲେ, ପାହାଡ଼ି ଝରଣାକୁ ଅତିକ୍ରମ କରିଥିଲେ ଓ ଭୁସ୍ଖଳନ ଆଶଙ୍କା ଥିବା ପିଚ୍ଛିଳ ରାସ୍ତା ବି ଅତିକ୍ରମ କରିଥିଲେ ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories