ଦେବଦୂତ ସାଜିଲେ ଯବାନ

0

କୋଣ୍ଡାଗାଓ : ନକ୍ସଲ ପ୍ରବଣ ଅଞ୍ଚଳରେ ପୁଣି ଦେବଦୂତ ସାଜିଛନ୍ତି ଯବାନ । ଜଣେ ରୋଗାକ୍ରନ୍ତ ଆଦିବାସୀ ମହିଳାଙ୍କୁ ଏକ ଦୋଳା ସାହାର୍ଯ୍ୟରେ ଦୀର୍ଘ ୧୦କିଲୋମିଟର କାଦୁଅ ପଚପଚ ରାସ୍ତା ଅତିକ୍ରମ କରି ଡାକ୍ତରଙ୍କ ପାଖରେ ପହଞ୍ଚାଇଥିଲେ ଆଇଟିବିପି ଯବାନ। ମାଲକାନଗିରି ଛତିଶଗଡ ସୀମାନ୍ତ କୋଣ୍ଡାଗାଓ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ମାନବିକତାର ପରିଚୟ। ଆଗକୁ ନକ୍ସଲ ପନ୍ଥିଙ୍କ ସହିଦ ସପ୍ତାହ ରହିଥିବାରୁ ଶୁକ୍ରବାର ସକାଳେ କୋଣ୍ଡାଗାଓ ଜିଲ୍ଲା ଅର୍ନ୍ତଗତ ହାଡଲେ ଗ୍ରାମରେ ଥିବା ୪୧ବାଡାଲିଅନ ଆଇଟିବିପି କ୍ୟାମ୍ପର ଯବାନ ମାନେ ଅପରେସନ ଲାଗି ଖୋର୍ସାନାଡ ଜଙ୍ଗଲକୁ ଯାଉଥିବାବେଳେ ଜଣେ ଆଦିବାସୀ ମହିଳା ଛାତିରେ ଆଘାତ ଯୋଗୁ ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ। ଜବାନମାନେ ତୁରନ୍ତ ନକ୍ସଲ ଅପରେସନ ବନ୍ଦ କରି ଆରମ୍ଭ କରିଦେଇଥିଲେ ମହିଳାଙ୍କ ଜୀବନ ବଞ୍ଚାଅ ଅପରେସନ। ରାସ୍ତାରେ ଲ୍ୟାଣ୍ଡମାଇନ୍‍କୁ ଭୟ ନକରି ଯବାନ ମାନେ ମହିଳାଙ୍କୁ ଏକ ଦୋଳା ସାହାଯ୍ୟରେ ହାଡଲେ ଆଇଟିବିପିର ଏକ କ୍ୟାମ୍ପକୁ ଆଣିଥିଲେ। ସେଠାରେ ଜବାନମାନଙ୍କ ପାଇଁ ରହିଥିବା ଡାକ୍ତର ମହିଳାଙ୍କ ଚିକିତ୍ସା କରିଥିଲେ । ଠିକ ସମୟରେ ଡାକ୍ତରଙ୍କ ପାଖରେ ପହଞ୍ଚିଥିବାରୁ ମହିଳାଙ୍କ ଜୀବନ ବଞ୍ଚିଯାଇଥିଲା। ଯାହାଦ୍ୱାରା ଯବାନ ମାନେ ପୁଣିଥରେ ପ୍ରଶଂସାର ପାତ୍ର ହୋଇଛନ୍ତି।

Leave A Reply