www.samajalive.in
Saturday, December 13, 2025
27.1 C
Bhubaneswar

ଇସ୍ରୋରେ ପଞ୍ଜିକୃତ ହେଲାଣି ୬୦ଟି ଷ୍ଟାର୍ଟଅପ୍‍

ଡେସ୍କ: ପ୍ରାୟ ୬୦ଟି ଷ୍ଟାର୍ଟଅପ୍‍ ଇସ୍ରୋରେ ପଞ୍ଜିକୃତ ହୋଇଥିବା ଜଣାପଡିଛି। କିଛିଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାର୍ଟଅପ୍‍ ପାଇଁ ଇସ୍ରୋକୁ ଉନ୍ମୁକ୍ତ କରିଥିଲେ। ସେଗୁଡ଼ିକ ମଧ୍ୟରୁ କିଛି ଷ୍ଟାର୍ଟଅପ୍‍ ମହାକାଶ, ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ସହ ଜଡିତ। କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏ ବିଷୟ ଜଣାଇଛନ୍ତି। ସେ କହିଛନ୍ତି, ବେସରକାରୀ କ୍ଷେତ୍ର ଓ ଷ୍ଟାର୍ଟଅପଗୁଡ଼ିକର ଅଂଶଗ୍ରହଣ ସହ ମହାକାଶ କ୍ଷେତ୍ରରେ ଇସ୍ରୋର ଭୂମିକା ବୃଦ୍ଧିପାଇବ। ମହାକାଶ ପରିବହନ, ବର୍ଜ୍ୟବସ୍ତୁ ପରିଚାଳନା, ମୌଳିକ ଢ଼ାଞ୍ଚା ଓ ପ୍ରୟୋଗ କ୍ଷେତ୍ରରେ ଭାରତର ଦକ୍ଷତା ବୃଦ୍ଧି ପାଇବ। ସେ କହିଛନ୍ତି ଯେ ଦେଶର ସମସ୍ତ ମହାକାଶ ସମ୍ପଦର ସୁରକ୍ଷା ପାଇଁ ଇସ୍ରୋ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories