www.samajalive.in
Saturday, December 13, 2025
27.1 C
Bhubaneswar

ସେପ୍ଟେମ୍ବର ୫ ସୁଦ୍ଧା ଚୂଡାନ୍ତ ହେବ ବ୍ରିଟେନ୍‍ର ନୂଆ ପ୍ରଧାନମନ୍ତ୍ରୀ

ଡେସ୍କ: ବ୍ରିଟେନ୍‍ର ଶାସକ କଞ୍ଜରଭେଟିଭ ପାର୍ଟି କହିଛି ଯେ ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ୍‍ ଜନ୍‍ସନ୍‍ଙ୍କ ସ୍ଥାନରେ ଜଣେ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ କରିବା ପ୍ରକ୍ରିୟା ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ଶେଷ ହେବ। ପ୍ରଧାନମନ୍ତ୍ରୀ ପଦ ପାଇଁ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହେବାକୁ ଯାଉଥିବା ଗଣମାଧ୍ୟମରୁ ଜଣାପଡ଼ିଛି। ଏଥିପାଇଁ ମତଦାନ ପ୍ରକ୍ରିୟା ଚଳିତ ସପ୍ତାହରୁ ଆରମ୍ଭ ହେବ। ଜଣେ ପ୍ରାର୍ଥୀଙ୍କ ପ୍ରତି ଅତି କମରେ ୨୦ଜଣ ସାଂସଦଙ୍କ ସମର୍ଥନ ଥିଲେ ସେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଗ୍ୟ ବିବେଚିତ ହେବେ। ଯଦି କୌଣସି ପ୍ରାର୍ଥୀ ୩୦ଜଣରୁ କମ୍‍ ସାଂସଦଙ୍କ ସମର୍ଥନ ଲାଭ ନକରନ୍ତି ତେବେ ପ୍ରଥମ ମତଦାନରେ ସେ ପ୍ରତିଦ୍ୱନ୍ଦ୍ୱିତାରୁ ବାଦ୍‍ ପଡ଼ିବେ।

କଞ୍ଜରଭେଟିଭ୍‍ ପାର୍ଟିର ନୂଆ ନେତା ଦୁଇ ପର୍ଯ୍ୟାୟ ନିର୍ବାଚନରେ ମନୋନୀତ ହେବେ। ୩୫୮ଜଣ କଞ୍ଜରଭେଟିଭ ସାଂସଦ ଯୋଗ୍ୟତା ପର୍ଯ୍ୟାୟ ମତଦାନ ମାଧ୍ୟମରେ ୨ଜଣ ପ୍ରାର୍ଥୀଙ୍କୁ ମନୋନୀତ କରିବେ। ଯେଉଁ ପ୍ରାର୍ଥୀ ୩୦ରୁ କମ୍‍ ଭୋଟ୍‍ ପାଇବେ ପ୍ରତ୍ୟେକ ପର୍ଯ୍ୟାୟରେ ସେ ପ୍ରତିଦ୍ୱନ୍ଦ୍ୱିତାରୁ ବାଦ୍‍ ପଡ଼ିବେ। ଶେଷରେ ୨ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଚୂଡାନ୍ତ ପ୍ରତିଦ୍ୱନ୍ଦ୍ୱିତା ହେବ। ପାର୍ଟିର ସଦସ୍ୟମାନେ ସେମାନଙ୍କ ପାଇଁ ମତଦାନ କରିବେ।

- Advertisement -

ବ୍ରିଟେନ ସଂସଦୀୟ ବ୍ୟବସ୍ଥା ଅନୁସାରେ କୌଣସି ନିର୍ବାଚନ ବିନା ବୋରିସ୍‍ ଜନସନଙ୍କ ସ୍ଥାନରେ ସ୍ୱେଚ୍ଛାକୃତ ଉପାୟରେ ଜଣେ ନେତା ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିବେ। କଞ୍ଜରଭେଟିଭ ନେତୃତ୍ୱ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା ଗତ ସପ୍ତାହରୁ ଆରମ୍ଭ ହୋଇଛି। ବୋରିସ୍‍ ଜନସନ ଗତ ସପ୍ତାହରେ ପଦରୁ ଇସ୍ତଫା ଦେଇଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories