ଇସ୍ରୋ ଅଧ୍ୟକ୍ଷଙ୍କୁ ୱାଇ+ ସୁରକ୍ଷା

0

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଇତିମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଅଧ୍ୟକ୍ଷ ପ୍ରଫେସର କେ.ସିବନଙ୍କୁ ୱାଇ+ ସୁରକ୍ଷା ଯୋଗାଇ ଦେଇଛନ୍ତି। ପ୍ରଫେସର ସିବନ ଇସ୍ରୋ ଅଧ୍ୟକ୍ଷ ସମେତ ମହାକାଶ ବିଭାଗ ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି। ବର୍ତ୍ତମାନ ସିବନ ଦେଶର ଯୋଉଁ ସ୍ଥାନକୁ ଗସ୍ତରେ ଗଲେ, ତାଙ୍କର ସୁରକ୍ଷା ଦାୟିତ୍ୱରେ ସିଆଇଏସଏଫ୍‌ର ପାଞ୍ଚଜଣ କମାଣ୍ଡୋ ରହିବେ ବୋଲି ଜଣାପଡିଛି। ବମ୍ବେ ଆଇଆଇଟିରୁ ମହାକାଶ ଇଂଜିନିୟରିଂରେ ପିଏଚ.ଡି ଡିଗ୍ରୀ ହାସଲ କରିଥିବା ପ୍ରଫେସର ସିବନ ୧୯୮୨ରେ ଜଣେ ବୈଜ୍ଞାନିକଭାବେ ଇସ୍ରୋରେ ଯୋଗଦେଇଥିଲେ। ଇସ୍ରୋ ଅଧ୍ୟକ୍ଷ ନିଯୁକ୍ତ ହେବାପୂର୍ବରୁ ସେ ବିକ୍ରମ ସରାଭାଇ ମହାକାଶ କେନ୍ଦ୍ରର ନିର୍ଦେଶକ ପଦରେ କାର୍ଯ୍ୟ କରୁଥିଲେ।

Leave A Reply