www.samajalive.in
Saturday, December 6, 2025
16.1 C
Bhubaneswar

ମୋଦୀଙ୍କୁ ଜାବୁଡ଼ି ଧରି କାନ୍ଦିଲେ ଇସ୍ରୋ ଅଧ୍ୟକ୍ଷ, ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ମୁଖ୍ୟାଳୟରୁ ଦେଶବାସୀ ଏବଂ ବୈଜ୍ଞାନିକମାନଙ୍କୁ ସମ୍ବୋଧିତ କରି ବାହାରିବା ବେଳେ ସେଠାରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା। ମୋଦୀ ଯିବାକୁ ବାହାରିବା ସମୟରେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ ତାଙ୍କୁ ଜାବୁଡ଼ି ଧରି କାନ୍ଦିବାକୁ ଲାଗିଥିଲେ। ମୋଦୀ ତାଙ୍କୁ ଆଲିଙ୍ଗନ କରି ପିଠି ଥାପୁଡ଼ାଇବା ସହ ସାନ୍ତ୍ବନା ଦେଇ ଅଧିକ ଉତ୍ସାହିତ କରିଥିଲେ। ମୋଦୀ କହିଥିଲେ, ଆମେ ନିଶ୍ଚିତ ରୂପେ ସଫଳ ହେବା। ଏହି ଅଭିଯାନର ଆଗାମୀ ପ୍ରୟାସରେ ଏବଂ ଏହା ପରେ ସମସ୍ତ ପ୍ରୟାସରେ ସଫଳତା ଆମ ସାଥୀରେ ଥିବ। ପ୍ରଧାନମନ୍ତ୍ରୀ କହିଥିଲେ, ସବୁ କଷ୍ଟ, ସବୁ ସଂଘର୍ଷ, ସମସ୍ତ କଠିନ ପରିସ୍ଥିତି ଆମକୁ କିଛି ନୂଆ ଜିନିଷ ଶିଖାଇ ଯାଇଥାଏ। କିଛି ନୂଆ ଆବିଷ୍କାର, ନୂଆ ଟେକ୍ନୋଲୋଜି ପାଇଁ ପ୍ରେରଣା ଦେଇଥାଏ। ଏଥିରୁ ଆମର ଆଗାମୀ ସଫଳତା ସ୍ଥିର ହୋଇଥାଏ। ଜ୍ଞାନର ଯଦି କେହି ସବୁଠାରୁ ବଡ଼ ଶିକ୍ଷକ ଥାନ୍ତି, ତେବେ ସେ ହେଉଛି ବିଜ୍ଞାନ। ବିଜ୍ଞାନରେ ବିଫଳତା ନ ଥାଏ, କେବଳ ପ୍ରୟୋଗ ଏବଂ ପ୍ରୟାସ ଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories