www.samajalive.in
Saturday, December 6, 2025
14.1 C
Bhubaneswar

ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଆମ ପେଟ ସହ ଜଡ଼ିତ ବୋଲି କୁହାଯାଏ । ଯଦି ପେଟ ଜନିତ କୌଣସି ସମସ୍ୟା ସୃଷ୍ଟି ନ ହୁଏ ତେବେ ସ୍ୱାସ୍ଥ୍ୟ ଭଲ ରହିଥାଏ। ତେଣୁ ସୁସ୍ଥ ଶରୀର ପାଇଁ ପାଚନ ତନ୍ତ୍ର ସୁସ୍ଥ ରଖିବା ନିତ୍ୟାନ୍ତ ଆବଶ୍ୟକ। ଯଦି ଆପଣଙ୍କ ପାଚନ ତନ୍ତ୍ର ସୁସ୍ଥ ରହେ ତଥା ଖାଦ୍ୟରୁ ସଠିକ ପରିମାଣରେ ପୋଷକ ତତ୍ତ୍ୱ ଅବଶୋଷିତ କରେ, ତେବେ ତାହା ଆମ ଶରୀର ସୂଚାରୁ ରୂପେ ଗ୍ରହଣ କରିଥାଏ। ସକାଳ ସମୟରେ କିଛି ଏପରି ଅଭ୍ୟାସ ରହିଛି, ଯାହାକୁ ଆପଣେଇବା ଦ୍ୱାରା ଆମ ପାଚନ ତନ୍ତ୍ର ସୁସ୍ଥ ରହିବା ସହ ଆମକୁ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ତାହା କ’ଣ….
ପାଣି –
ସକାଳୁ ଉଠିବା ମାତ୍ରେ ଆପଣ ଖାଲି ପେଟରେ ଏକ ଗ୍ଲାସ ପାଣି ପିଅନ୍ତୁ। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖେ, ମସ୍ତିଷ୍କ ସକ୍ରିୟ କରିଥାଏ। ପାଣିରେ ସାମାନ୍ୟ ଲେମ୍ବୁ ରସ ପକାଇ ମଧ୍ୟ ପିଇ ପାରିବେ।
ଯୋଗ କରିବା –
ସକାଳୁ ଉଠି ନିୟମିତ ଯୋଗ କରିବା ଦ୍ୱାରା ପାଚନ ତନ୍ତ୍ର ସୂଚାରୁ ରୂପେ କାର୍ଯ୍ୟ କରିଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। କାର୍ଯ୍ୟ କରିବାକୁ ଆଗ୍ରହ ହୋଇଥାଏ। ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ।
ସନ୍ତୁଳିତ ଜଳଖିଆ ଖାଆନ୍ତୁ –
ଜଳଖିଆ ଦିନର ପ୍ରଥମ ଭୋଜନ ଅଟେ। ତେଣୁ ଏଥିରେ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ରହିବା ଅତ୍ୟନ୍ତ ଆବଶ୍ୟକ। ଏହା ଆପଣଙ୍କୁ ଦିନଯାକ ଶକ୍ତି ପ୍ରଦାନ କରିଥାଏ। ତେଣୁ ଜଳଖିଆରେ ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories